Latest Odisha News

ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ, ଦିଲ୍ଲୀ ଓ ଗୁଜରାଟର ବିଭିନ୍ନ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଗୁଜରାଟର ଅହମ୍ମଦାବାଦ, ସୁରଟ ଓ ମେହସଣା ସମେତ ରାଜଧାନୀ ଦିଲ୍ଲୀର ଏକାଧିକ ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନକଲି ଭିସା ଏବଂ ପାସପୋର୍ଟ ଜରିଆରେ ଏମାନେ ଭାରତୀୟ ନାଗରିକଙ୍କୁ ବିଦେଶ ପଠାଉଥିଲେ।

ଇମିଗ୍ରେସନରେ ସାହାଯ୍ୟ କରିଥିଲା ବବି ଓରଫ ଭାରତଭାଇ ପଟେଲ, ଚରଣଜିତ ସିଂ। ଡିଙ୍ଗୁଚା ମାମଲାରେ ସମ୍ପୃକ୍ତ ଭାରତଭାଇ ପଟେଲକୁ ୨୦୨୨ରେ ଗୁଜୁରାଟ ପୋଲିସ ଗିରଫ କରିଥିଲା।ଅଭିଯୁକ୍ତମାନେ ଯାତ୍ରୀଙ୍କ ନକଲି ପାସପୋର୍ଟ ମାଧ୍ୟମରେ ଅନେକ ଦେଶରୁ ଭିସା ପାଇବା ଓ ଲୋକଙ୍କୁ ପଠାଇବା କାମ କରୁଥିଲେ। ତଦନ୍ତକାରୀ ଟିମ୍‌ଙ୍କ ଅନୁସାରେ ସେମାନେ ଯାତ୍ରୀ ପିଛା ଜଣକା ୬୦ରୁ ୭୫ ଲକ୍ଷ ଟଙ୍କା ନେଉଥିଲେ। ସେହିପରି ଦମ୍ପତ୍ତିଙ୍କ ଠାରୁ ୧ କୋଟି ଟଙ୍କା ଆଦାୟ କରୁଥିଲେ।

ଆଇପିସି ଏବଂ ପାସପୋର୍ଟ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚଢଉ ସମୟରେ ନଗଦ ପ୍ରାୟ ୧.୫ କୋଟି ଟଙ୍କା ଓ ୨୧ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ ହୋଇଛି। ଅନେକ ଡିଜିଟାଲ ଏବଂ ଡକ୍ୟୁମେଣ୍ଟାରୀ ପ୍ରମାଣ ମିଳିଥିବା ଇଡି ସୂଚନା ଦେଇଛି।

Comments are closed.