ନୂଆଦିଲ୍ଲୀ: ୱାନ ନେସନ ୱାନ ଇଲେକ୍ସନ ସପକ୍ଷରେ ଅଛନ୍ତି ୮୧ପ୍ରତିଶତ ଲୋକ। ଏନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ୨୧ପ୍ରତିଶତ ଲୋକଙ୍କ ମତାମତ ନିଆଯାଇଛି। ୪୬ଟି ରାଜନୈତିକ ଦଳ ମଧ୍ୟରୁ ୧୭ ଟି ରାଜନୈତିକ ଦଳ ମଧ୍ୟ ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଏନେଇ ଏକ ସରକାରୀ ବିବୃତ୍ତିରେ ସୂଚନା ଦିଆଯାଇଛି।
ୱାନ ନେସନ-ୱାନ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠିତ ହୋଇଥିଲା। କମିଟି ଜାନୁଆରୀ ୫ରେ ଏକ ବିଜ୍ଞପ୍ତି ଜାରି କରିଥିଲା ଯେଉଁଥିରେ ଜାନୁୟାରୀ ୧୫ ପର୍ଯ୍ୟନ୍ତ ଜନସାଧାରଣଙ୍କଠାରୁ ପରାମର୍ଶ ନିଆଯାଇଥିଲା। ତେବେ କଂଗ୍ରେସ ଏବଂ ଟିଏମସି ସମେତ ଅନେକ ବିରୋଧୀ ଦଳ ୱାନ ନେସନ-ୱାନ ନିର୍ବାଚନକୁ ବିରୋଧ କରିଛନ୍ତି।
କମିଟି ୨୧ ଜାନୁଆରୀରେ ତୃତୀୟ ବୈଠକ କରିଥିଲା। ଏଥିରେ ମୋଟ ୨୦,୯୭୨ଟି ପରାମର୍ଶ ମିଳିଥିବା କମିଟି କହିଛି। ଏହି ବୈଠକରେ ଗୁଲାମ ନବୀ ଆଜାଦ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ୧୫ ତମ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭାର ପୂର୍ବତନ ସାଧାରଣ ସମ୍ପାଦକ ସୁଭାଷ ସି କାଶ୍ୟପ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଯୋଗ ଦେଇଥିଲେ।
ବର୍ତ୍ତମାନ ଭାରତରେ ବିଭିନ୍ନ ସମୟରେ ରାଜ୍ୟସଭା ଏବଂ ଦେଶର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଗୋଟିଏ ଦେଶ-ଏକ ନିର୍ବାଚନର ଅର୍ଥ ହେଉଛି ଯେ ସମଗ୍ର ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବା । ଅର୍ଥାତ୍ ଭୋଟରମାନେ ପର୍ଯ୍ୟାୟକ୍ରମେ ଲୋକସଭା ତଥା ରାଜ୍ୟସଭାର ସଦସ୍ୟ ଚୟନ କରିବାକୁ ଭୋଟ୍ ଦେବେ।
ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ମସିହାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, କିନ୍ତୁ ୧୯୬୮ ଏବଂ ୧୯୬୯ ମସିହାରେ ଅନେକ ଆସେମ୍ବଲି ଅକାଳରେ ବିଲୋପ ହୋଇଯାଇଥିଲା। ଏହା ପରେ ୧୯୭୦ ରେ ଲୋକସଭା ମଧ୍ୟ ବିଲୋପ ହୋଇଥିଲା। ଏହି କାରଣରୁ, ୱାନ ନେସନ ୱାନ ଇଲେକ୍ସନ ହୋଇପାରିଲା ନାହିଁ।
ୱାନ ନେସନ-ୱାନ ନିର୍ବାଚନକୁ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଯଦି ସମସ୍ତ ପକ୍ଷ ଆଇନ ଆୟୋଗର ଏହି ପ୍ରସ୍ତାବରେ ସହମତ ହୁଅନ୍ତି, ତେବେ ଏହା ୨୦୨୯ରୁ ଏହା କାର୍ଯ୍ୟକାରୀ ହେବ। ଏଥିପାଇଁ ଡିସେମ୍ବର ୨୦୨୬ ସୁଦ୍ଧା ୨୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡିବ।
ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ ଏବଂ ମିଜୋରାମରେ ଏବେ ଏବେ ନିର୍ବାଚନ ଶେଷ ହୋଇଛି ତେଣୁ, ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ଜୁନ୍ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।ଏହା ପରେ ସମସ୍ତ ରାଜ୍ୟରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।
Comments are closed.