Latest Odisha News

BREAKING NEWS

ପୂର୍ବ ରେକର୍ଡ ଭାଙ୍ଗିଲା ପୂର୍ବତଟ ରେଳପଥ: ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇକୁ ଲାଗିଲା ୨୯୫ ଦିନ

ଭୁବନେଶ୍ବର: ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ପୂର୍ବ ରେକର୍ଡ ଅତିକ୍ରମ କରିଛି। ୧ ଏପ୍ରିଲ, ୨୦୨୩ରୁ ୨୨ଜାନୁୟାରୀ, ୨୦୨୪ ପର୍ଯ୍ୟନ୍ତ ରେଳପଥ ୨୦୨.୧୧୧ନିୟୁତ ଟନ୍ ପଣ୍ୟ ପରିବହନ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ ୧୯୧.୩୯ ନିୟୁତ ଟନ୍ ସର୍ବାଧିକ ମାଲ ଲୋଡିଂର ପୂର୍ବ ରେକର୍ଡକୁ ଭଙ୍ଗ କରିଛି।

ପୂର୍ବତଟ ରେଳପଥ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ୨୦୦ନିୟୁତ ଟନ୍ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ରେଳ ଜୋନ ଭାବେ ଧାରା ବଜାୟ ରଖିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ହାସଲ ହୋଇଥିବା ଚମତ୍କାର ପ୍ରଦର୍ଶନରେ ବହୁ ଅବଦାନ ଦେଇଛି।

୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ୧୨୧.୭୪୭ ନିୟୁତ ଟନ କୋଇଲା, ୧୦.୬୫ନିୟୁତ ଟନର କଞ୍ଚାମାଲ ଇସ୍ପାତ ବୋଝେଇ କରିଛି। ସେହିପରି ୧୬.୩୯୮ ନିୟୁତ ଟନ ପିଗ ଆଇରନ୍ ଏବଂ ଉତ୍ପାଦ ଇସ୍ପାତ, ୨୪.୦୧୯ନିୟୁତ ଟନ ଲୁହାପଥର, ୧.୧୯୨ ନିୟୁତ ଟନ ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରିଛି। ଗତ ଆର୍ଥିକ ତୁଳନାରେ ୫.୬% ବୃଦ୍ଧି ପଞ୍ଜିକୃତ ହୋଇଛି। ପଣ୍ୟ ପରିବହନ ବାବଦରେ ପ୍ରାୟ ୨୦୫୫୧.୯ କୋଟି ଟଙ୍କା ଆୟ କରାଯାଇପାରିଛି ଯାହାକି ଗତ ବର୍ଷ ତୁଳନାରେ ୪.୨୬% ବୃଦ୍ଧି ପଞ୍ଜିକରଣ କରିଛି।

Comments are closed.