Latest Odisha News

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନଙ୍କ ଦ୍ଵାରା ପ୍ରସ୍ତୁତ ବାଲୁକାକଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପରାକ୍ରମ ଦିବସ ତଥା ନେତାଜୀ ଜୟନ୍ତୀ ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନଙ୍କ ଦ୍ଵାରା ପ୍ରସ୍ତୁତ ବାଲୁକାକଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ପରାକ୍ରମ ଦିବସ ଅବସରରେ ରେଡ ଫୋର୍ଟ ଠାରେ ଏକ ଆକର୍ଷଣୀୟ ତଥା ସୁନ୍ଦର୍ ବାଲୁକା କଳା ପ୍ରସ୍ତୁତ କରିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଏହି ବାଲୁକା କଳାରେ ପରାକ୍ରମ ଦିବସର ବାର୍ତ୍ତା ରହିଥିବା ବେଳେ ୫୦୦ ଷ୍ଟିଲ ବାଉଲ୍ ଇନଷ୍ଟାଲ କରାଯାଇଥିଲା । ପ୍ରାୟ ୮ ଟନ୍ ବାଲୁକାରେ ୭ ଫୁଟ ଉଚ୍ଚର ଏହି ବାଲୁକାକଳା କରିଛନ୍ତି ସୁଦର୍ଶନ । ପରାକ୍ରମ ଦିବସ ତଥା ନେତାଜୀ ସୁବାସ ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ନେତାଜୀଙ୍କୁ ଏହି ବାଲୁକାକଳାରେ ସେ ସ୍ଥାନ ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ । ତେବେ ଲାଲ୍ କିଲା ଠାରେ ପ୍ରସ୍ତୁତ ଏହି ବାଲୁକା କଳାକୁ ପରିଦର୍ଶନ କରି ସୁଦର୍ଶନଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Comments are closed.