Latest Odisha News

ଅଖିଳେଶଙ୍କ ଆସନ ବୁଝାମଣା ପ୍ରତିଶ୍ରୁତିରେ ଜୟରାମ ରମେଶ ଉଠାଇଲେ ପ୍ରଶ୍ନ, କହିଲେ ଆମେ କରିନୁ କୌଣସି ଘୋଷଣା 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ କିଏ କେତେ ଆସନରେ ଲଢ଼ିବେ ସ୍ଥିର କରି ସାରିଲେଣି ଅଖିଳେଶ ଯାଦବ। ୧୧ଟି ଆସନ କଂଗ୍ରେସକୁ ଦେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶଙ୍କ ପ୍ରତିକ୍ରିୟା ପରେ ଏହା ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ସହ ଆଲୋଚନା ନକରି ଅଖିଳେଶ ଆସନ ବାବଦରେ ତାଙ୍କ ନିଜସ୍ଵ ନିଷ୍ପତିକୁ ଘୋଷଣା କରିଛନ୍ତି।

କୌଣସି ରାଜ୍ୟର ନାମ ନ ରଖି କଂଗ୍ରେସ ନେତା ଜୟରାମ କହିଛନ୍ତି ଯେ ଆସନ ବାଣ୍ଟିବା ନେଇ କେତେକ ରାଜ୍ୟରେ ସହମତି ପ୍ରକାଶ ପାଇଛି। ଆସନଗୁଡିକ ଚୂଡାନ୍ତ ହୋଇଛି କିନ୍ତୁ ଘୋଷଣା କରାଯାଇ ନାହିଁ। ସମୟ ଠିକ୍ ହେଲେ ଏହି ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଖିଳେଶ ଯାଦବ ଏକ ପୋଷ୍ଟ ସେୟାର କରିଥିଲେ। ସେ ଲେଖିଥିଲେ ଯେ, କଂଗ୍ରେସ ସହ ୧୧ଟି ମଜବୁତ ଆସନରେ ଆମର ସୌହାର୍ଦ୍ୟପୂର୍ଣ୍ଣ ଗଠବନ୍ଧନର ଭଲ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଜିତିବାର ସମୀକରଣ ସହ ଆହୁରି ଆଗକୁ ବଢିବ। ‘ଇଣ୍ଡିଆ’ ଟିମ୍ ଏବଂ ‘ପିଡିଏ’ର ରଣନୀତି ଇତିହାସ ବଦଳାଇବ।

ତାଙ୍କର ଏହି ପୋଷ୍ଟ ପରେ ଜୟରାମ ରମେଶଙ୍କ ଏପରି ପ୍ରତିକ୍ରିୟା ଆଲୋଚନାକୁ ସରଗରମ କରିଦେଇଛି।

Comments are closed.