Latest Odisha News

ପ୍ଲଟ୍ ଓ ଫ୍ଲାଟ୍ ଦେବା ନାଁରେ ୪କୋଟି ଟଙ୍କା ଠକେଇ, ବିଲଡର ଗିରଫ

ଭୁବନେଶ୍ବର: ପ୍ଲଟ୍ ଏବଂ ଫ୍ଲାଟ୍ ଦେବା ନାଁରେ ୪ କୋଟି ଟଙ୍କା ଠକେଇ ଅଭିଯୋଗ । ବିଲ୍ଡର କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଏମ୍ଡି ଦୀପକ କୁମାର ଛୋଟରାୟ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକକୁ ଭୁବନେଶ୍ୱରରୁ ଇଓଡବ୍ଲୁ ଗିରଫ କରିଛି ।

EOW କେସ ନମ୍ବର ୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ବି ରେ ଗିରଫ କରିଛି । ଅଭିଯୋଗକାରୀ ଅନୀଲ ପଣ୍ଡା ଓ ଅନ୍ୟ ୩୪ ଜଣ ଠକେଇ ନେଇ ଦେଇଥିଲେ ଏତଲା। GLF ଇନଫ୍ରାଟେକ୍ ଲିମିଟେଡ ପକ୍ଷରୁ ପାତ୍ରପଡ଼ାରେ ପ୍ରେଜେକ୍ଟ ହେବାର ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଗାଡ଼କଣ ମୌଜାରେ ଫ୍ଲାଟ ଦେବାକୁ କୁହାଯାଇଥିଲା। ୨୦୧୬ ମସିହାରେ ୩୫ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରିଥିଲେ ବିଲ୍ଡର। ପରେ କିନ୍ତୁ ଜମି ଓ ଘର ଦେବାରେ ବିଫଳ ହୋଇଥିଲା ସଂସ୍ଥା।ଟଙ୍କା ନେବା ପରେ ପ୍ଲଟ୍ କି ଫ୍ଲାଟ୍ ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲେ ଦୀପକ । ଶେଷରେ ଠକେଇ ନେଇ EOW ରେ ଦ୍ୱାରସ୍ଥ ହୋଇଥିଲେ କ୍ଷତିଗସ୍ତ। ଅଭିଯୋଗ ଆଧାରରେ ଠକ ବିଲ୍ଡରଙ୍କୁ ଗିରଫ କରାଯାଇଛି EOW ।

Comments are closed.