Latest Odisha News

ନୋଟିସ ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଦ୍ବିତୀୟ ଥର ଆସିଲେ କ୍ରାଇମବ୍ରାଞ୍ଚ ଅଧିକାରୀ

ନୂଆଦିଲ୍ଲୀ: ବିଜେପି ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି ଆମ୍ ଆଦମୀ ପାର୍ଟି କରିଥିବା ଅଭିଯୋଗର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପହଁଚିବା ପରେ ଶନିବାର ମଧ୍ୟ ଦ୍ବିତୀୟ ଥର ପାଇଁ ପ୍ରମାଣ ମାଗିବାକୁ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନ ଆସିଥିଲେ।

ଶୁକ୍ରବାର ପୁଲିସ କେଜ୍ରିୱାଲ ଓ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ନୋଟିସ୍ ଦେଇଥିଲା। ତେବେ ଦୁହେଁ ବ୍ୟସ୍ତ ଓ ଉପଲବ୍ଧ ନଥିବାରୁ ନୋଟିସ୍ ଦିଆଯାଇ ପାରିନଥିଲା ବୋଲି ଜଣାପଡ଼ିଛି।

କେଜ୍ରିଓ୍ଵାଲଙ୍କୁ ନୋଟିସ୍ ଦେବା ପାଇଁ ବିଜେପି ନେତାଙ୍କ ଏକ ପ୍ରତିନିଧି ଦଳ ପୁଲିସ କମିଶନର ସଞ୍ଜୟ ଅରୋରାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଅଭିଯୋଗ ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ। ଏହାର କିଛି ଦିନ ପରେ କେଜ୍ରିଓ୍ଵାଲଙ୍କୁ ନୋଟିସ୍ ଦେବାକୁ କ୍ରାଇମବ୍ରାଞ୍ଚ ଉଦ୍ୟମ କରିଛି।

ଆପ୍ ଅଭିଯୋଗ କରିଛି ଯେ ବିଜେପି ୨୧ ଜଣ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି। କିନ୍ତୁ ବିଜେପି ଆପର ୭ ଜଣ ବିଧାୟକଙ୍କୁ ପରବର୍ତ୍ତୀ ନିର୍ବାଚନ ଲଢ଼ିବା ପାଇଁ ଟଙ୍କା ଏବଂ ଟିକେଟ୍ ଅଫର କରିଥିବା ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆତିଶୀ।

Comments are closed.