Latest Odisha News

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର, ନିକଟରେ ଆଦିତ୍ୟ ବିର୍ଲା ଗ୍ରୁପର ସିଇଓ ପଦରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ଶୀର୍ଷ କାର୍ଯ୍ୟନିର୍ବାହୀ ସନ୍ତୃପ୍ତ ମିଶ୍ର ଓଡ଼ିଶାରେ ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମାନବ ସମ୍ବଳର ଗ୍ଲୋବାଲ ଡାଇରେକ୍ଟର ତଥା ବିର୍ଲା କାର୍ବନର ଗ୍ରୁପ୍ ଡାଇରେକ୍ଟର ତଥା କେମିକାଲ୍ସ ନିର୍ଦ୍ଦେଶକ ଥିବା ଶ୍ରୀ ମିଶ୍ର ଗତବର୍ଷ କମ୍ପାନିରୁ ଆଗୁଆ ଅବସର ନେଇଥିଲେ।

ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ନବୀନଙ୍କ ଦୂରଦୃଷ୍ଟି ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜ୍ୟର ବିକାଶରେ ଯୋଗଦାନ କରିବାକୁ ଚାହୁଁଥିବା ସେ କହିଛନ୍ତି। ପୁରୀ ଚନ୍ଦନପୁର ନିବାସୀ ଶ୍ରୀ ମିଶ୍ର କହିଛନ୍ତି ଦଳରେ ଯୋଗଦେଇ ଆନନ୍ଦିତ। ଓଡିଶାବାସୀଙ୍କ ସେବା କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଓଡ଼ିଶା ସରକାର ଆୟୋଜନ କରିଥିବା ବିଶ୍ବ ଓଡ଼ିଆ ସମ୍ମିଳନୀରେ ମଧ୍ୟ ସାମିଲ ହୋଇଥିଲେ କର୍ପୋରେଟ ଜଗତର ଏହି ଚର୍ଚ୍ଚିତ ନାଁ।

ନବୀନ ନିବାସରେ ଆଜି ବିଜେଡିରେ ସାମିଲ ହେବା ବେଳେ ତାଙ୍କ ସହିତ ଦଳର ସାଂଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବଙ୍କ ସମେତ ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ।

Comments are closed.