Latest Odisha News

ନଦୀକୁ ଗାଧୋଇବାକୁ ଯାଇଥିଲେ, ଜଣକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ୩ ଜଣ

ଥିରୁଭନନ୍ତପୁରମ: କେରଳର କୋଝିକୋଡେରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ନଦୀରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ, ଜଣେ ମହିଳା ଓ ଜଣେ ଝିଅ ଥିବା ସୂଚନା ମିଳିଛି। କୋଝିକୋଡେ ଜିଲ୍ଲାର କୁନ୍ନାଙ୍ଗଲାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ପୋଲିସର ସୂଚନା ଅନୁସାରେ, ସମସ୍ତେ ନଦୀକୁ ଗାଧୋଇବାକୁ ଯାଇଥିଲେ। ହଠାତ ଜଣେ ନାବାଳକ ପାଣିରେ ବୁଡିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ମହିଳା ପାଣିକଉ ଡେଇଁ ପଡିଥିଲେ। ସେ ମଧ୍ୟ ନଦୀ ସ୍ରୋତରେ ଭାସିବାକୁ ଲାଗିଲେ। ଦୁଇ ଜଣ ଏପରି ଭାସିଯାଉଥିବାର ଦେଖି କୂଳରେ ଥିବା ମହିଳାଙ୍କ ଝିଅ ମଧ୍ୟ ପାଣିକୁ ଡେଇଁ ପଡିଥିଲେ। ଦେଖୁଦେଖୁ ୩ଜଣ ପାଣିରେ ବୁଡିଗଲେ।

ଏହାପରେ ସ୍ଥାନୀୟ ଲୋକ ସେମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। କୁନ୍ନାଙ୍ଗଲାମ ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି, ନାବାଳକକୁ ବଞ୍ଚାଇବାକୁ ଯାଇ ଏଭଳି ଘଟଣା ଘଟିଛି। ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.