Latest Odisha News

ଓଡିଶାରେ ଜବତ ହେଲା ଚୀନ ଓ ୟୁଏଇରୁ ଚାଲାଣ ସୁନା

ରାଉରକେଲା: ହାୱଡା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ୨ ବ୍ୟବସାୟୀଙ୍କ ଠାରୁ ଜବତ କରାଯାଇଥିବା ସୁନା ଚୀନ ଓ ୟୁଏଇରୁ ଚାଲାଣ ହେଉଥିଲା । ଏନେଇ ଶୁକ୍ରବାର ଦିନ ଡାଇରେକୋ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରାୟ ୫ କୋଟି ଟଙ୍କାର ୧୧୦ ଖଣ୍ଡ ବିସ୍କୁଟ ଚାଲାଣ ଅଭିଯୋଗରେ ଗୁରୁବାର ଦିନ ଡିଆରଆଇ ଅଧିକାରୀମାନେ ୨ ଯାତ୍ରୀ ଧନରାଜ ମହାଦେବ ଓ ରାହୁଲ ଆରଏନଙ୍କୁ ଗିରଫ କରିଥିଲେ । ଝାରସୁଗୁଡା ଓ ରାଜଗାଙ୍ଗପୁର ମଧ୍ୟରେ ଚଢାଉ କରି ସମ୍ପୃକ୍ତ ଯାତ୍ରୀଙ୍କୁ ଟ୍ରେନରୁ ଗିରଫ କରାଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ଡିଆରଆଇର ଜଣେ ଅଧିକାରୀ କହିଛନ୍ତି, ଅଭିଯୁକ୍ତମାନେ ଚୀନ ଓ ୟୁଏଇରୁ ସୁନା ଚାଲାଣ କରି ମୁମ୍ବାଇକୁ ନେଉଥିବା ନେଇ ସ୍ୱୀକାର କରିଛନ୍ତି । ଆହୁରି ମଧ୍ୟ ଆମେ ସୁନା ଚାଲାଣ ସମ୍ପର୍କରେ ତଦନ୍ତ ଜାରି ରଖିଛୁ ।

Leave A Reply

Your email address will not be published.