Latest Odisha News

BREAKING NEWS

ଋଷି କପୁର ଓ ରାହାଙ୍କ ଏଡିଟ୍ ଫୋଟ ଭାଇରାଲ

ନୂଆଦିଲ୍ଲୀ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହାଙ୍କ ଫୋଟ ଏବଂ ଭିଡିଓକୁ ଲୋକେ ବହୁତ ଭଲ ପାଇବା ଦେଉଛନ୍ତି । ଗତ କ୍ରିସମାସରେ ରଣବୀର ଓ ଆଲିଆ ରାହାଙ୍କ ଚେହେରା ଦେଖାଇଥିଲେ । ଏହାପରେ ସେସିଆଲ ମିଡିଆରେ ରାହାଙ୍କ ଭିଡିଓ ଏବଂ ଫୋଟ ଚର୍ଚ୍ଚାରେ ରହୁଛି ।

ନିକଟରେ ଜଣେ ପ୍ରଶଂସକ ଦିବଂଗତ ଅଭିନେତା ଋଷି କପୁର ତାଙ୍କ ନାତୁଣୀ ରାହାଙ୍କୁ କୋଳରେ ଧରି ଥିବା ଫୋଟ ଏଡିଟ୍ କରିଛନ୍ତି । ଉଭୟ ପରସ୍ପରକୁ ଚାହିଁ ହସୁଥିବା ଫୋଟରେ ଦେଖିବାକୁ ମିଳିଛି । ଫୋଟରେ ଋଷି କପୁର ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ରାହା ଧଳା ରଙ୍ଗର ପ୍ରିଣ୍ଟ ହୋଇଥିବା ଫ୍ରକ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହି ଫୋଟର କ୍ୟାପସନରେ ଲେଖାଯାଇଛି ଯେ, ଆଜି ବି ଋଷି କପୁର ଆମ ସହିତ ଥିଲେ କେତେ ଭଲ ହୋଇ ଥାଆନ୍ତା, ଆଉ ରାହା ନିକଟରେ ବି’’ । ଏବେ ସୋସାଲ ମିଡିଆରେ ଏହି ଫୋଟ ଭାଇରାଲ ହେବାରେ ଲାଗିଛି ।

ଏହି ଏଡିଟ୍ ଫୋଟକୁ ଦେଖି ଆଲିଆ ଭଟ୍ଟଙ୍କ ମାଆ ନିଜ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି,‘‘ ଏହି ଫୋଟ ବହୁତ ଭଲ ହୋଇଛି । ଏହି ଫୋଟ ହୃଦୟକୁ ଛୁଇଁପାରିଛି । ଧନ୍ୟବାଦ ’’ । ସେହିପରି ନିତୁ କପୁର ମଧ୍ୟ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, ‘‘ ବହୁତ ସୁନ୍ଦର ଫୋଟ ହୋଇଛି ।’’

ସୂଚନାଯୋଗ୍ୟ, ୨୦୨୦ ମସିହାରେ ଋଷି କପୁରଙ୍କ ଦେହାନ୍ତ ହୋଇଥିଲା । ଆଜି ବି ଦର୍ଶକଙ୍କ ହୃଦୟରେ ବଞ୍ଚି ରହିଛନ୍ତି ଋଷି କପୁର । ୨୦୨୨ରେ ରଣବୀର ଓ ଆଲିଆ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହିବର୍ଷ ନଭେମ୍ୱର ମାସରେ ରଣବୀର ଓ ଆଲିଆଙ୍କ ଜୀବନରେ ପାଦ ରଖିଥିଲେ କୁନି ପରୀ ରାହା ।

Comments are closed.