Latest Odisha News

BREAKING NEWS

‘ଆମ ବସଷ୍ଟାଣ୍ଡ’ ଅଧିନରେ ୧୩ ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ବାଟ ଫିଟାଇଥାଏ । ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆମ ବସଷ୍ଟାଣ୍ଡ ଯୋଜନା ମାଧ୍ୟମରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି’ ।

ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆମ ବସଷ୍ଟାଣ୍ଡର ଉଦଘାଟନ ସରିଛି । ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହାକୁ ନିର୍ମାଣ କରାଯାଇଛି । ଏ ସମସ୍ତ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ । ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଆମ ବସଷ୍ଟାଣ୍ଡ ଯୋଜନାର ପରିକଳ୍ପନା କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୫୫ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିମଧ୍ୟରୁ ୨୩ ଟି ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିସାରିଥିବାବେଳେ, ଆଜି ଆଉ ୨୦ଟି ବସଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.