ପୁରୀ: ଅଯୋଧ୍ୟା ଓ କୋଣାର୍କକୁ ସଂଯୋଗ କରି ଦୁଇଟି ବଡ଼ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ପୁରୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି।
ଓଡ଼ିଶାରେ ରେଳ ନେଟୱାର୍କର ଦ୍ରୁତ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଆଗ୍ରହୀ ଏବଂ ରାଜ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନଗରୀ ପୁରୀରୁ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାକୁ ଟ୍ରେନ୍ ସେବା ବାବଦରେ ମଧ୍ୟ ସେ କହିଛନ୍ତି। ଏହି ପ୍ରକଳ୍ପ ପୂର୍ବରୁ ଚାଲିଛି ଏବଂ ଅଯୋଧ୍ୟାରେ ଟ୍ରାକ୍ ଦୋହରୀକରଣ ସମେତ ରେଳ ସେବାର ବିକାଶ ପାଇଁ ଅନେକ କାର୍ଯ୍ୟ କରାଯାଉଛି। ଖୁବ୍ ଶୀଘ୍ର ସମସ୍ତ ଆବଶ୍ୟକ କାର୍ଯ୍ୟ ଶେଷ ହୋଇ ଜୁଲାଇ-ଅଗଷ୍ଟରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହି ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଲୋକଙ୍କୁ ଉନ୍ନତ ଯୋଗାଯୋଗ ଏବଂ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପର ଏକ ଅଂଶ ହେଉଛି ଏହି ପ୍ରକଳ୍ପଗୁଡିକ।
Comments are closed.