ନୂଆଦିଲ୍ଲୀ: ଜୀବନରେ କିଛି ଭଲ କାମ କରିବା ପାଇଁ ପ୍ରାୟତଃ ସମସ୍ତେ ସ୍ୱପ୍ନ ଦେଖିଥାଆନ୍ତି । ହେଲେ ସମସ୍ତେ ନିଜ ସ୍ୱପ୍ନକୁ ପୂରଣ କରି ପାରନ୍ତି ନାହିଁ । ସ୍ୱପ୍ନ ଦେଖିବାକୁ ଆଖି ନୁହେଁ ସାହାସ ଦରକାର । ଯଦି ଜଣେ ମଣିଷ ହୃଦୟରୁ କିଛି କରିବାକୁ ଚେଷ୍ଟା କରନ୍ତି, ସେମାନେ ସଫଳତା ହାସଲ କରିଥାନ୍ତି । ଆଉ ସେମାନେ ଆକାଶକୁ ବି ଛୁଇଁ ପାରନ୍ତି । ଏପରି ଏକ ଘଟଣା କୋଲକାତା ସହରରେ ଦେଖିବାକୁ ମିଳିଛି । ଉକ୍ତ ଯୁବକଙ୍କ ନାଁ ହେଉଛି ସାଗର (୧୯) ।
ଗତ ବର୍ଷ ସାଗର ତାଙ୍କ ବାପା ଓ ମାଆଙ୍କୁ ହରାଇଛନ୍ତି । ବାପା ମାଆ ଚାଲିଯିବା ପରେ ଘରର ଦାୟିତ୍ୱ ତାଙ୍କୁ ନେବାକୁ ପଡୁଛି। ଏମିତି କି ସାନ ଭଉଣୀର ଦାୟିତ୍ୱ ବି ନେଉଛନ୍ତି । ହେଲେ ଘର ଚଳିବାରେ କଷ୍ଟ ହେବାରୁ ତାଙ୍କ ବାପାଙ୍କ ରାସ୍ତା କଡ଼ରେ ଥିବା ଦୋକାନକୁ ଖୋଲି ରୋଜଗାର ଆରମ୍ଭ କରିଛନ୍ତି ।
View this post on Instagram
ନିକଟରେ ଜଣେ କଣ୍ଟେଟ୍ କ୍ରିୟଟର୍ ସାଗରଙ୍କ ଜୀବନ କାହାଣୀ ଇନଷ୍ଟ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ଜଣେ ବଙ୍ଗାଳୀ ଫିଲ୍ମ ଅଭିନେତ୍ରୀ ସ୍ୱାଗତିକା ମୁଖାର୍ଜୀ ସାଗରଙ୍କ ହୋଟେଲରେ ଭାତ ଓ ଡାଲି ଖାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ କ୍ୟାପସନରେ ସେ ଲେଖିଛନ୍ତି,‘‘ ଏକ ଦୁର୍ଘଟଣା ଜୀବନର ଗତିପଥି ପରିବରର୍ତ୍ତନ କରିବା ସହ ମଣିଷକୁ ସଫଳତା ମଧ୍ୟ ଦେଇଥାଏ। ସମର୍ପଣ ଓ ଦୂରଦୃଷ୍ଟି ଯୋଗୁଁ ସାଗର ଏହି ସଫଳତା ହାସଲ କରି ପାରିଛନ୍ତି ।’’
ଏହି ଖବର ଲେଖାଯିବା ସୁଦ୍ଧା ୨ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି । ଏହି କାହାଣୀ ଅଧିକ ପ୍ରେରଣାଦାୟୀ ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି,‘‘ ଭଗବାନ ସାଗରକୁ ଶକ୍ତି ଦିଅନ୍ତୁ ।‘‘
ସାଗର ହୋଟେଲରେ ନିଜେ ଖାଇବା ତିଆରି କରିବା ସହ ରୋଷେଇରେ ବ୍ୟବହାର ହେଉଥିବା ବସାନ ମଧ୍ୟ ନିଜେ ସଫା କରନ୍ତି । ଏଥିସହ ସେ ପାଠ ମଧ୍ୟ ପଢ଼ନ୍ତି । ହୋଟେଲରେ କାମ ସରିବା ପରେ କମ୍ପ୍ୟୁଟର କ୍ଲାସକୁ ମଧ୍ୟ ଯାଆନ୍ତି । ତାଙ୍କ ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ଏକ ରେସ୍ତରାଁରେ ଖୋଲିବାକୁ ସ୍ୱପ୍ନ ଦେଖିଛନ୍ତି । ଏଥିପାଇଁ ବହୁ ପରିଶ୍ରମ ମଧ୍ୟ କରି ଚାଲିଛନ୍ତି ।
Comments are closed.