ମୁମ୍ବାଇ: ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ ଅଭିନେତ୍ରୀ ଆୟଶା ଟକିୟାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ତାଙ୍କ ଚେହେରାର ନାଟକୀୟ ପରିବର୍ତନ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ଏଥିନେଇ ୟୁଜର୍ସମାନେ ତାଙ୍କୁ ସମାଲୋଚନା କରି ବିଭିନ୍ନ ଟିପ୍ପଣୀ ଦେଇଥିଲେ । ଶେଷରେ ବିରକ୍ତ ହୋଇ ଏକ ଲମ୍ବା ଚୌଡା ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ମୋତେ ବିମାନ ବନ୍ଦରରେ ଅଟକାଇ ଫଟୋ ପାଇଁ କିଛି ବ୍ୟକ୍ତି ଅନୁରୋଧ କରିଥିଲେ । ମୁଁ ସେମାନଙ୍କ କଥା ରଖି ପୋଜ ଦେଇଥିଲି । ମୋ ଚେହେରା ନେଇ ଏତେ କଥା ଲେଖିବା କିଛି ମାନେ ନାହିଁ । ମୁଁ ମୋର ବର୍ତମାନ ଜୀବନରେ ବେଶ ଖୁସି ଅଛି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବାକୁ ନାହିଁ କିମ୍ବା ହୀରୋଇନ ହେବିନି । ମୋ ଚିନ୍ତା ଛାଡି ଦିଅ ।
୧୫ ବର୍ଷ ତଳେ ଯେପରି ଦେଖା ଯାଉଥିଲି ଏବେ ସେ ଭଳି ରହିବି ତାର ମାନେ ନାହିଁ ବୋଲି ସେ କହିଛନ୍ତି । ୨୦୧୧ ପରଠାରୁ ଆୟଶା ଆଉ କୌଣସି ଫିଲ୍ମ କରି ନାହାନ୍ତି । ସେ ର୍ଟାଜନ ଦି ୱଣ୍ଡର କାର, ୱାଟେଂଡ ପରି ହିଟ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଫାଲଗୁନି ପାଠକଙ୍କ ମେରୀ ଚୁନର ଉଡ ଉଡ ଯାଏ ଯୋଗୁ ସେ ଚର୍ଚ୍ଚାକୁ ଆସିଥିଲେ ।
Comments are closed.