ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସଂଶୋଧକଂକୁ ‘ଧନ୍ୟବାଦ’
ଦେଇ ନ ହଟିଲେ ପ୍ରମାଦ
ମନରେ ଜନ୍ମେ ବହୁ ଖେଦ
ଭାଷାକୁ ପଡ଼ଇ ବିପଦ
ଶୁଦ୍ଧତାକୁ କରିଲେ ସାଥୀ
ସାର୍ଥକ କାମ କରେ ବ୍ୟକ୍ତି
ଯାହା ବି ହୁଏ ତା’ର କୃତି
ତା ହୁଏ ଜାତିର ସଂପତ୍ତି
‘ ମୁଁ ‘ ଅଟେ ଯେଣୁ ଅନିବାର୍ଯ
ମୋ ଦ୍ବାରା ହୁଅଇ ସ୍ବୀକାର୍ଯ
ମୋତେ କରାଏ ସବୁ କାର୍ଯ
କେବେ ବି ହୁଏନି ଅଧୈର୍ଯ
‘ ମୁଁ-ତ୍ବ ‘କୁ ଦିଏ ଯେ ପାସୋରି
କିଛି ବି ପାରେନାହିଁ କରି
‘ ମୁଁ ‘ କରେ ‘ ସ୍ବୟଂ ‘କୁ ଆୟତ୍ତ
ଏହା ହିଁ ବାସ୍ତବିକ ସତ
ଯେ ନୁହେ ଦୃଶ୍ଯ ଅବା ଶ୍ରାବ୍ୟ
କେବଳ କୋଷେ ଅନୁଭବ୍ୟ
ତାହାର ସୂକ୍ଷ୍ମ ଉପସ୍ଥିତି
ଯୋଗାଏ ସୃଷ୍ଟି ପାଇଁ ଶକ୍ତି
ନିଜେ କିଛି କୃତି ନ ଗଢ଼ି
ପର କୃତି ନ ଦେଖି, ପଢ଼ି
ଜିଇଁଲେ ଜୈବିକ ଜୀବନ
ସଂସାରେ ବିତିଯାଏ ଦିନ
ଲେଖକ ଦିଅଂତିନି ଧ୍ୟାନ
କରିବା କେତେ ସଂଶୋଧନ ?
ଭାଷା ହିଁ ଭାବର ଆଧାର
ତେଣୁ ଶୁଦ୍ଧତା ଦରକାର
ପୋକରା ଦନାରେ ଅମୃତ
ନ ହେଉ କେବେ ବିତରିତ
ପରିଚ୍ଛନ୍ନ ନ ହେଲେ ଭାଷା
ବଢ଼ାଇ ପାରେନି ଭରସା
ଅଶୁଦ୍ଧ ଶବ୍ଦ ଲେଖିଦେଲେ
ଛାତ୍ର, ଛାତ୍ରୀଂକୁ ଶାସ୍ତି ମିଳେ
କିଂତୁ ବୟସ୍କ ବ୍ୟକ୍ତିଗଣ
ପାଆଂତି ଅଜସ୍ର ସମ୍ମାନ
ଭାଷାରେ ଏହି କାରବାର
ବଂଦ୍ କରିବା ଏବେ ଶୀଘ୍ର
ନ କଲେ ଆଗ୍ରହୀ ପାଠକ
ବୁଲାଇଦେବେ ନିଜ ମୁଖ
ଅପଠିତ ପୁସ୍ତକାବଳି
ବଳରେ ଭାଷାଟିଏ ଚଳି
ପାରିବିନାହିଁ ବେଶି ଦିନ
ତା’ର ମର୍ଯାଦା ହେବ କ୍ଷୁଣ୍ଣ
ପାରସ୍ପରିକ ସହଯୋଗ
ବ୍ୟତୀତ ଭାଷାର ଦୁର୍ଯୋଗ
ହୁଏନି ଆପେ ଅଂତର୍ହିତ
ଏ ସତ୍ୟ ହେଉ ବିବେଚିତ
ପାଠକେ ହୋଇଛଂତି ଶ୍ରୋତା
ଲେଖକେ ହୋଇଛଂତି ବକ୍ତା
ବଂଦ ହେଉନି କଥାବାର୍ତା
ତେଣୁ ବ୍ୟାପିଛି ଅସ୍ଥିରତା
ବହି ପଢ଼ିବା ପାଇଁ ଧୈର୍ଯ
ନ ଥିଲେ ସାହିତ୍ଯ ସ୍ବୀକୀର୍ଯ
କେବେ, କେମିତି ସତେ ହେବ
ଏ କଥା ଏବେ ଟିକେ ଭାବ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.