ଗାଜିଆବାଦ: ଗାଜିଆବାଦର ଖୋଡା ଥାନା ଅଞ୍ଚଳରେ ବକ୍ରୀଦରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି।ଯେତେବେଳେ କି ତାଙ୍କ ସହଯୋଗୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ।
ଏସିପି ଇନ୍ଦିରାପୁରମ ଅଭିଷେକ ଶ୍ରୀବାସ୍ତବ କହିଛନ୍ତି ଯେ ଖୋଡା ଥାନା ଅଞ୍ଚଳର ନବନୀତ ବିହାର କଲୋନୀରେ ମେ ୨୮ ତାରିଖ ବକ୍ରୀଦ ଦିନ ଅସଦ ନାମକ ଜଣେ ମୁସଲମାନ ଯୁବକ ଏବଂ ତାଙ୍କ ସହଯୋଗୀମାନେ ସୂର୍ଯ୍ୟଙ୍କୁ ହତ୍ୟା କରିଥିଲେ। ଯାହା ପରେ ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।
ଶନିବାର ବିଳମ୍ବିତ ରାତିରେ ଏକ ପୋଲିସ ଟିମ୍ ବସୁନ୍ଧରା ଅଞ୍ଚଳରେ ଯାଞ୍ଚ କରୁଥିବା ସମୟରେ ଆସଦ ଜଣେ ସହଯୋଗୀଙ୍କ ସହିତ ଆସୁଥିବାର ଦେଖାଯାଇଥିଲା। ପୋଲିସ ତାଙ୍କୁ ଅଟକିବାକୁ ଚେଷ୍ଟା କରିଥିଲା ବେଳେ ଅଭିଯୁକ୍ତ ଗୁଳି ଚଳାଇଥିଲା।
ଯାହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇ ଥିବା ବେଳେ ଅସଦ ଦେହରେ ଗୁଳି ବାଜିଥିଲା। ଯଦିଓ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅସଦକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ତାର ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ, ବାଇକ ପାଇଁ ହୋଇଥିବା ବିବାଦ ଯୋଗୁ ସୂର୍ଯ୍ୟଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଆସଦ ଏକ ନୂଆ ବାଇକ୍ କିଣିଥିଲା, ଯାହାକୁ ସୂର୍ଯ୍ୟ ଚଲାଇବାକୁ କହିଥିଲେ। ଆସଦ ତାକୁ ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି।