ସୁନ୍ଦରଗଡ: ଜେଲ୍ ହାବିଲଦାରଙ୍କ ଘରେ ଚୋର ପଶି କଳାକନା ବୁଲାଇଲେ। ତାଲା କାଟି ଲୁଟି ନେଲେ ୪୫ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା। ଶନିବାର ରାତିରେ ସୁନ୍ଦରଗଡ଼ ସଦର ଥାନା କିରେଇରେ ରହୁଥିବା ଝାରସୁଗୁଡ଼ା ଜେଲ୍ ହାବିଲଦାର ବୀରେନ୍ଦ୍ର ଲରିଆଙ୍କ ଘରେ ଚୋରି ହୋଇଛି ।
ସୂଚନାଥାଉକି,ଅସୁସ୍ଥ ପୁଅ ଆୟୁଷଙ୍କ ଚିକିତ୍ସା ପାଇଁ ସେ ଓ ତାଙ୍କ ସ୍ତ୍ରୀଙ୍କ ସହ ଶୁକ୍ରବାର ଭୁବନେଶ୍ବର ଯାଇଥିଲେ। ଏହାର ସୁଯୋଗ ନେଇ ଚୋର ପଶି କଳାକନା ବୁଲାଇଥିଲେ । ବୀରେନ୍ଦ୍ରଙ୍କ ସମ୍ପର୍କୀୟ ଘର ଖୋଲାଥିବା ଦେଖି ତାଙ୍କୁ ସୂଚନା ଦେଇଥିଲେ। ଏହି ଖବର ପାଇଁ ସେ ଘରକୁ ଆସି ଦେଖିଲା ବେଳକୁ ଘରୁ ୪୫ ଲକ୍ଷର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଯାଇଛି ।
ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ଦଳ, ସାଇଣ୍ଟିଫିକ ଟିମ୍ ,ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।