Latest Odisha News

BREAKING NEWS

ଆଇପିଏଲକୁ ନେଇ ସଚିନ ତେନ୍ଦୁଲକରଙ୍କ ପ୍ରସ୍ତାବ ଗ୍ରହଣ କରିବ କି ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲରେ ରୋମାଂଚ କମିବାରେ ଲାଗିଛି । ଛୋଟ ଗ୍ରାଉଣ୍ଡ ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ପିଚ ଯୋଗୁ ବୋଲରଙ୍କ ପ୍ରଭାବ କମିବାରେ ଲାଗିଛି । ବ୍ୟାଟ ଏବଂ ବଲରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ନ ମିଳିବା ପ୍ରଶଂସକଙ୍କୁ ନିରାଶ କରୁଛି । ଇତି ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇପିଏଲରେ କେତେକ ନିୟମ ବଦଳାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯଦି ଏହାକୁ ବିସିସିଆଇ ଗ୍ରହଣ କରି ନିଏ ତେବେ ଆଇପିଏଲ ରୋମାଂଚର ମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସଚିନ ଇମ୍ପାକ୍ଟ ନିୟମକୁ ହଟେଇବା ପାଇଁ କହିଛନ୍ତି । ୨୦ ଓଭରରେ ଯଦି ଅଧିକ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆମେ ସୁଯୋଗ ଦେବା ଏହା ଖେଳର ସନ୍ତୁଳନକୁ ବିଗାଡି ଦେବ ବୋଲି ସେ କହିଛନ୍ତି । ସେହିପରି ବୋଲରଙ୍କ ପାଇଁ ପାୱାର ପ୍ଲେ ଲାଗୁ କରିବା ପାଇଁ କହିଛନ୍ତି ।

୬ ଓଭର ପାୱାର ପ୍ଲେରୁ ୪ ବ୍ୟାଟ୍ସମ୍ୟାନ ଓ ୨ ବୋଲରଙ୍କ ସପକ୍ଷରେ ରହିବା କଥା । ଏହି ୨ ଓଭରରେ ବୋଲର ୩୦ ଗଜ ବାହାରେ ଅତିରିକ୍ତ ଫିଲ୍ଡର ଯୋଗାଇଦେବ । ୪ ଓଭର ବଦଳରେ ଜଣେ ବୋଲର ୫ ଓଭର ପକାଇ ପାରିବା ନିୟମ କରିବା ପାଇଁ ସେ କହିଛନ୍ତି । ଏଥିଯୋଗୁ ତୁମର ଭଲ ବୋଲର ଅତିରିକ୍ତ ଓଭରରେ ଦଳକୁ ଫାଇଦାରେ ରଖିପାରିବ । ଯୁବ ଖେଳାଳିମାନେ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ପିଚରେ ବ୍ୟାଟିଂ କରିବା ପରେ ଆନ୍ତର୍ଜାତୀୟ ମୁକାବିଲାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତିି । ପଡିଆ ଛୋଟ ଏବଂ ଉନ୍ନତମାନର ବ୍ୟାଟ ସେମାନଙ୍କୁ ଫାଇଦାରେ ରଖୁଛି । ବାରମ୍ବାର ଚୌକା ଓ ଛକା ଖାଇବା ଯୋଗୁ ବୋଲରଙ୍କ ଆତ୍ମବିଶ୍ୱାସ କମୁଛି ବୋଲି ସଚିିନ କହିଛନ୍ତି ।

Leave A Reply

Your email address will not be published.