ଭୁବନେଶ୍ୱର: ସନାତନ ଧର୍ମରେ ଠାକୁର ପୂଜାର ଅନେକ ନିୟମ ରହିଛି। ବିଶ୍ୱାସର ସହ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ଆଉ ଭଗବାନ ତମ ଉପରେ ପ୍ରସନ୍ନ ରୁହନ୍ତି । ପୂଜା କରିବା ସମୟରେ ଦେବୀ ଦେବତାଙ୍କୁ ଭୋଗ ଲଗାଯାଏ। ଭଗବାନଙ୍କ ଆଗରେ ଦୀପ ଧୂପ ଦେବା ପରେ ମିଠା କିମ୍ବା ଅନ୍ୟ କିଛି ବ୍ୟଞ୍ଜନ ଭୋଗ ଲଗାଇ ପାରିବେ। ଏମିତି କି ଶାସ୍ତ୍ରରେ ଭୋଗ ଲଗାଇବାର ଅନେକ ନିୟମ ରହିଛି। ଏହି ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି। ଆଜି ଆସନ୍ତୁ ଜାଣିବା ପୂଜା ସମୟରେ ଦେବୀ ଦେବତାଙ୍କୁ ଭୋଗ ଲଗାଇବାର କ’ଣ ରହିଛି ନିୟମ ।
୧-ପୂଜା କରିବା ସମୟରେ ଭୋଗ ଲଗାଇବା ପୂର୍ବରୁ ଭୋଗକୁ ପରିସ୍କାର ସହ ପ୍ରସ୍ତୁତ କରନ୍ତୁ। ବାସି ଖାଦ୍ୟକୁ ଭୋଗ ରୂପରେ ଲଗାନ୍ତୁ ନାହିଁ। ଭୋଗ ଲାଗି ହେଉଥିବା ବାସନକୁ ଅଲଗା ରଖନ୍ତୁ।
୨- ବିଷ୍ଣୁ ଭଗବାନଙ୍କ ପାଇଁ ଭୋଗ ପ୍ରସ୍ତୁତ କରୁଥିଲେ ସେଥିରେ ତୁଳସୀ ପତ୍ର ପକାଇ ପାରିବେ। ତେବେ ଭଗବାନ ଶିବଙ୍କ ନିକଟରେ ଭୋଗ ଲାଗି କରିବା ସମୟରେ ତୁଳସୀ ପତ୍ର ବ୍ୟବହାର କରିବେ ନାହିଁ।
୩- ଭୋଗ ଥାଳିକୁ ସବୁବେଳେ ଘୋଡ଼ାଇ ରଖିବା ଉଚିତ। ଭୋଗକୁ ମଝିରେ ରଖିବା ସହ ଭଗବାନଙ୍କ ସାମ୍ନାରେ ହାତରେ ପାଣି ଧରି ଚାରିପଟେ ବୁଲାଇବେ। ଭଗବାନଙ୍କ ନିକଟରେ ଭୋଗ ଅର୍ପଣ କରିବା ପୂର୍ବରୁ ବାମ ହାତରେ ଭୋଗ ଥାଳି ବାହାର କରିବେ। ଡାହାଣ ତଥା ସିଧା ହାତରେ ଭୋଗ ବାହାର କରି ଭଗବାନଙ୍କୁ ଦିଅନ୍ତୁ। ଭଗବାନଙ୍କ ନିକଟରେ ଭୋଗ ଲାଗି କରିବା ପରେ ଏକ ଚାମଚ ପାଣି ଥାଳିରେ ରଖିବେ।
୪- ଭଗବାନଙ୍କ ନିକଟରେ ଭୋଗ ଲଗାଇବାର ତୁରନ୍ତ ଭୋଗ ଥାଳିକୁ ସଙ୍ଗେ ସଙ୍ଗେ ହଟାଇବା ଉଚିତ ନୁହେଁ। ଭୋଗ ଥାଳିକୁ କିଛି ସମୟ ପର୍ଯ୍ୟନ୍ତ ଭଗବାନ ନିକଟରେ ରହିବେ। ଏହାପରେ ଭଗବାନ ନିକଟରେ ହାତ ଯୋଡ଼ି ଭୋଗ ଥାଳି ଉଠାଇବେ। ଆଉ ଭୋଗ ଥାଳିରେ ରଖା ଯାଇଥିବା ଭୋଗକୁ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇପାରିବେ।
Comments are closed.