Latest Odisha News

BREAKING NEWS

ଖୋର୍ଦ୍ଧା-ନୟାଗଡ ପାସେଞ୍ଜର ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନର ପ୍ରାରମ୍ଭିକ ଚଳାଚଳ ୧୫ ତାରିଖରେ ଭୁବନେଶ୍ୱର ଠାରୁ କରାଯିବ I

ଏହି ଟ୍ରେନ ଭୁବନେଶ୍ୱର ଠାରୁ ପ୍ରତିଦିନ ସନ୍ଧ୍ୟା ୬ଘ.୪୦ମି.ରେ ଛାଡି ନୟାଗଡ଼ ଟାଉନ ଠାରେ ରାତ୍ର ୮ଘ.୪୫ମି.ରେ ପହଞ୍ଚିବ I ଫେରିବା ପଥରେ ଏହି ଟ୍ରେନ ନୟାଗଡ଼ ଟାଉନ ଠାରୁ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ ଘଟିକାରେ ପହଞ୍ଚିବ I ସେବା ଟ୍ରେନ ପ୍ରଚଳନ ହେଵା ଯୋଗୁଁ ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ଗୁଡିକର ସମୟସରଣୀରେ ପରିବର୍ତ୍ତନ କରାଯଇଅଛି I

୫୮୪୩୧ ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର ଖୋର୍ଦ୍ଧା ରୋଡ଼ ଠାରୁ ବର୍ତ୍ତମାନର ଚଳାଚଳ ସମୟ ସକାଳ ୭ଘ.୧୫ମି. ପରିବର୍ତ୍ତେ ସକାଳ ୮ ଘ.୨୦ମି.ରେ ଛାଡି ନୟାଗଡ଼ ଟାଉନ ଠାରେ ସକାଳ ୮ଘ.୫୫ମି. ପରିବର୍ତ୍ତେ ପୂର୍ବାହ୍ନ ୯ଘ.୪୫ମି.ରେ ପହଞ୍ଚିବ I ଫେରିବା ପଥରେ ୫୮୪୩୨ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ନୟାଗଡ଼ ଟାଉନ ଠାରୁ ବର୍ତମାନ ସମୟ ପୂର୍ବାହ୍ନ ୯ଘ.୨୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଖୋର୍ଦ୍ଧା ରୋଡ଼ ଠାରେ ୧୧ଘ.୦୫ମି.ପରିବର୍ତ୍ତେ ୧୧ଘ.୪୫ମି.ରେ ପହଞ୍ଚିବ I

ସେହିଭଳି ୫୮୪୨୯ ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର ଖୋର୍ଦ୍ଧା ରୋଡ଼ ଠାରୁ ବର୍ତ୍ତମାନ ଚଳାଚଳ ସମୟ ସନ୍ଧ୍ୟା ୭ଘ.୩୦ମି. ପରିବର୍ତ୍ତେ ସନ୍ଧ୍ୟା ୮ ଘ.୧୫ମି.ରେ ଛାଡି ନୟାଗଡ଼ ଟାଉନ ଠାରେ ରାତ୍ର ୯ଘ.୧୦ମି. ପରିବର୍ତ୍ତେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ I ଫେରିବା ପଥରେ ୫୮୪୩୨ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସମୟ ସାରଣୀ ନୟାଗଡ଼ ଟାଉନ ଠାରୁ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଅପରିବର୍ତ୍ତିତ ରହିବ I ୫୮୪୩୦ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ନୟାଗଡ଼ ଟାଉନ ଠାରୁ ସକାଳ ୫ ଘଟିକାରେ ଛାଡି ଖୋର୍ଦ୍ଧା ରୋଡ଼ ଠାରେ ୬ଘ.୪୫ମି.ରେ ପହଞ୍ଚିବ I

କେନ୍ଦ୍ର ରେଳ ତଥା ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସହି ପିୟୁଷ ଗୋୟଲ ୧୫ ତାରିଖ ଦିନ ଅପରାହ୍ନରେ ନୂଆଦିଲ୍ଲୀ ଠାରୁ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନ ଗୁଡିକର ଶୁଭାରମ୍ଭ କରିବେ I

ଏହି ସେବା ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ଭୁବନେଶ୍ୱର ଠାରେ ମନ୍ତ୍ରୀ ପଦ୍ମନାଭ ବେହେରା, ଅରୁଣ ସାହୁ ଓ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପିନାକୀ ମିଶ୍ର ଓ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ I

Leave A Reply

Your email address will not be published.