Latest Odisha News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଫକିର’ କହିଲେ ଅନୁପମ ଖେର୍ !

ନୂଆଦିଲ୍ଲୀ: ତାମିଲନାଡୁର ମମଲ୍ଲାପୁରମରେ ଥିବା ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ନିକଟ ସମୁଦ୍ର ବେଳାଭୂମିରୁ ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଳିଆ ଉଠାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ମୋଦିଙ୍କ ଏଭଳି କାମକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଶଂସା କରିଥିବା ବେଳେ ବଲିଉଡ ତାରକାମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଭୂରିଭୂରି ପ୍ରଶଂସା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ବଲିଉଡର ଭର୍ସାଟାଇଲ୍ ଅଭିନେତା ଅନୁପମ ଖେର୍ ଏକ ଟ୍ୱିଟ୍ କରିଛନ୍ତି ।

ମୋଦିଙ୍କ ଏକ ଫଟୋକୁ ପୋଷ୍ଟ କରିବା ସହ ସେ ଏହାକୁ ଭବିଷ୍ୟତରେ ସାଧୁତା, ସତ୍ୟତା, ନିସ୍ୱାର୍ଥପରତା ଓ ସରଳତାର ଏକ ପ୍ରତୀକ ବୋଲି ବିବେଚନା କରିଛନ୍ତି । ଏହାବ୍ୟତିତ ଛବିଟିରେ ସ୍ୱଚ୍ଛ ଭାରତର ଅଭିଯାନ ତ ରହିଛି, ତା’ ସହିତ ଜଣେ ଫକିରଙ୍କର ଛବି ମଧ୍ୟ ଲୁଚି ରହିଛି ବୋଲି ଅଭିନେତା ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.