ଭୁବନେଶ୍ଵର; କାହିଁ କେତେ ବର୍ଷ ଧରି ଆମ ଦେଶରେ ଶାସନ କରୁଥିଲେ ବ୍ରିଟିଶ ମାନେ । ହିସାବ କଲେ ହୁଏତ ଆଜିବି ଇତିହାସରେ ଅନେକଙ୍କ ନାଁ ନଥିବ ଯେଉଁମାନେ ବ୍ରିଟିସ ମାନଙ୍କ ଗୁଳିରେ କିମ୍ବା ଚାବୁକ୍ ମାଡରେ ପ୍ରାଣ ହରାଇଥିବେ । ଯେଉଁ ବ୍ରଟିସ ମାନଙ୍କୁ ଦେଶରୁ ତଡିବାକୁ ହୋଇଥିଲା ଅନେକ ଯୁଦ୍ଧ । କେବଳ ଯେ ଆମକୁ ଶାସନ କରୁଥିଲେ ତାହା ନୁହେଁ ଆମ ଦେଶରୁ ବହୁ ଟଙ୍କା, ସୁନା ଗହଣା ଆଦି ଲୁଟି ନେଇଥିଲେ । ଏକ ସମୟ ଥିଲା ଯେତେବେଳେ ଦୁନିଆର ପ୍ରାୟ ୭୦ ପ୍ରତିଶତ ଦେଶ ବ୍ରିଟିଶଙ୍କ ଅଧୀନରେ ଥିଲେ । ଆମେରିକା ମଧ୍ୟ ଏକଦା ବ୍ରିଟିଶମାନଙ୍କର ଦାସ ଥିଲା । ଅବଶ୍ୟ, ସେହି ସମୟ ମଧ୍ୟରେ ଗୋଟିଏ ରାଜ୍ୟ ଥିଲା ଯାହାକୁ ବ୍ରିଟିଶମାନେ କଦାପି ରାଜୁତି କରିପାରିନଥିଲେ । ତେବେ ଚାଲନ୍ତୁ ଜାଣିବା ସେହି ରାଜ୍ୟ ବିଷୟରେ…
ଆମ ଦେଶର ଗୋଆ ରାଜ୍ୟକୁ ବ୍ରିଟିଶମାନେ ତାଙ୍କ ଅଧିନକୁ ଆଣିପାରିନଥିଲେ । ସେହି ସମୟରେ ଏହି ରାଜ୍ୟ ଅନ୍ୟମାନଙ୍କ ଦ୍ଵାରା ଶାସିତ ହେଉଥିଲା । ପର୍ତ୍ତୁଗୀଜ ମାନେ ଗୋଆକୁ କାବୁ କରି ପ୍ରାୟ ୪୫୦ ବର୍ଷ ପର୍ଯ୍ୟନ୍ତ ଗୋଆ ଉପରେ ଶାସନ ଜାରି ରଖିଥିଲେ। ବ୍ରିଟିଶମାନେ ଭାରତ ଆସିବା ପୂର୍ବରୁ ଏବଂ ପରେ ମଧ୍ୟ ଗୋଆ ପର୍ତ୍ତୁଗୀଜଙ୍କ ଦ୍ୱାରା ଶାସିତ ହେଉଥିଲେ।
ଭାରତର ସ୍ଵାଧୀନତା ପରେ ମଧ୍ୟ ଦୁଇ ଦଶନ୍ଧି ଧରି ପର୍ତ୍ତୁଗୀଜ୍ ମାନେ ଗୋଆକୁ ଶାସନ କରୁଥିଲେ । ଅବଶ୍ୟ, ୧୯ ଡିସେମ୍ବର ୧୯୬୧ରେ ଏହାକୁ ମୁକ୍ତ କରାଯାଇ ଭାରତ ସହ ଅନ୍ତର୍ଭୁକ୍ତ କରାଯାଇଥିଲା। ପର୍ତ୍ତୁଗୀଜମାନେ ୧୫୧୦ ମସିହାରେ ଗୋଆକୁ କାବୁ କରି ପ୍ରାଚୀନ ଭାରତରେ ସ୍ଥାୟୀ ଶାସନର ମୂଳଦୁଆ ପକାଇଲେ। ଏପରି ପରିସ୍ଥିତିରେ ସାଧାରଣରେ ପ୍ରଶ୍ନ ଉଠେ ଯେଛି ଯେ, ସମଗ୍ର ଭାରତରେ ପର୍ତ୍ତୁଗୀଜମାନେ କାହିଁକି ଶାସନ କରିପାରିନଥିଲେ? କାରଣ ସେହି ସମୟରେ ପର୍ତ୍ତୁଗୀଜମାନେ ସମଗ୍ର ଭାରତ ଉପରେ ଶାସନ କରିବାକୁ ସକ୍ଷମ ହୋଇନଥିଲେ, ସେଥିପାଇଁ ସେମାନେ କେବଳ ଗୋଆ ଉପରେ ଶାସନ କରୁଥିଲେ।
କ୍ଷେତ୍ରଫଳ ଦୃଷ୍ଟିରୁ ଗୋଆ ହେଉଛି ଭାରତର ସବୁଠାରୁ ଛୋଟ ରାଜ୍ୟ | ଏଥି ସହିତ ଜିଡିପି ଦୃଷ୍ଟିରୁ ଏହା ମଧ୍ୟ ଭାରତର ସବୁଠାରୁ ଧନୀ ରାଜ୍ୟ ଅଟେ। ଗୋଆର ଆୟର ମୁଖ୍ୟ ଉତ୍ସ ହେଉଛି ପର୍ଯ୍ୟଟନ | ଏଠାରେ ଥିବା ବେଳାଭୂମି ଦେଶ ତଥା ବିଶ୍ୱରେ ଜଣାଶୁଣା |
Comments are closed.