Latest Odisha News

BREAKING NEWS

ଖୁସିର ସଂସାରରେ ଲାଗିଗଲା ନଜର, ହୃଦଘାତରେ ସ୍ୱାମୀ ମୃତ୍ୟୁ, ଜୀବନ ହାରିଲେ ସ୍ତ୍ରୀ

ଲକ୍ଷ୍ନୌ: କିଛି ମୁହୁର୍ତ୍ତରେ ଉଜୁଡ଼ିଗଲା ହସଖୁସିର ସଂସାର । ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲାନି ସ୍ତ୍ରୀ  । ଦୁଃଖରେ ଜୀବନ ହାରିଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ । ବିବାହର ୩ ମାସରେ ଆରପାରିକୁ ଚାଲିଗଲେ ଏହି ନବଦମ୍ପତି । ହୃଦଘାତେର ସ୍ୱାମୀଙ୍କ ମୃତ୍ୟୁ ଖବର ସହିପାରିଲେନି ସ୍ତ୍ରୀ । ସାତ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । ମୃତ ଦମ୍ପତି ହେଉଛନ୍ତି ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ୨୨ବର୍ଷୀୟ ପତ୍ନୀ ଅଞ୍ଜଳି । ନଭେମ୍ବର ୩୦ରେ ଉଭୟ ଦମ୍ପତିଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଅଭିଷେକ ଅଞ୍ଜଳି ଦୁହେଁ ଦିଲ୍ଲୀ ପ୍ରାଣୀ ଉଦ୍ୟାନ ବୁଲିବାକୁ ଯାଇଥିଲେ । ସେଠାରେ ଅଭିଷେକ ଛାତି ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକଙ୍କୁ ତୁରନ୍ତ ଏନେଇ ଖବର ଦେଇଥିଲେ ଅଞ୍ଜଳି । ଅଭିଷେକଙ୍କୁ ନେଇ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବହୁତ ବିଳମ୍ବ ହୋଇଯାଇଥିଲା ଅଭିଷେକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହା ପରେ ହସ୍ପିଟାଲ କର୍ତୃପକ୍ଷ ମୃତେଦହକୁ ଗାଜିଆବାଦ ସ୍ଥିତ ଘରକୁ ପଠାଇ ଦେଇଥିଲେ ।

ଘରକୁ ସ୍ୱାମୀଙ୍କ ମୃତ ଦେହ ପହଞ୍ଚିବା ଖବର ସହିପାରିନଥିଲେ ସ୍ତ୍ରୀ । ସାତ ମହଲାରୁ ତଳୁ ଡେଇଁ ଆତ୍ମହତ୍ୟା କରିଥିଲେ ପତ୍ନୀ ଅଞ୍ଜଳୀ । ଗୁରୁତର ଅବସ୍ଥାରେ ଅଞ୍ଜଳୀଙ୍କୁ ମ୍ୟାକ୍ସ ହସ୍ପିଟାଲ ପରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ଆଖି ବୁଜିଦେଇଥିଲେ ଅଞ୍ଜଳି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.