Latest Odisha News

BREAKING NEWS

ଏହି ଅଭିନେତ୍ରୀ ଗଗନଯାନ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କୁ ବିବାହ କରିଛନ୍ତି, ୪୦ ଦିନ ପରେ କଲେ ଖୁଲାସା

ମୁମ୍ବାଇ: ନିକଟରେ ଦକ୍ଷିଣ ଅଭିନେତ୍ରୀ ତଥା ଲେଖିକା ଲୀନା କୁମାର ତାଙ୍କ ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି । ଅଭିନେତ୍ରୀ ଜଣେ ଗଗାନ ଯାନ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କୁ ବିବାହ କରିଥିବା ଖୁଲାସ କରିଛନ୍ତି । ଅଭିନେତ୍ରୀ ଲୀନା କୁମାର ଗତକାଲି ଅର୍ଥାତ୍ ୨୭ ଫେବୃଆରୀରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ତାଙ୍କ ବିବାହ ବିଷୟରେ ପ୍ରକାଶ କରିଛନ୍ତି । ଏନେଇ ସେ ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହି ଅଭିନେତ୍ରୀ ୪୦ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୭, ୨୦୨୪ ରେ ଗଗନଯାନର ମହାକାଶଚାରୀଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କର ଗୁପ୍ତ ବିବାହ ବିଷୟରେ ପ୍ରକାଶ କରିଛନ୍ତି ।

ମାଲାୟାଲମ୍ ଅଭିନେତ୍ରୀ ଲୀନା ଗଗନଯାନ ଅନ୍ତରିକ୍ଷ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାରଙ୍କୁ ବିବାହ କରିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନଯାନ ମିଶନ ପାଇଁ ଚାରି ଜଣ ମହାକାଶଚାରୀ ପ୍ରଶିକ୍ଷଣ ମଧ୍ୟରୁ ଗୃପ୍ କ୍ୟାପଟେନ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାରଙ୍କୁ ନାମିତ କରିଥିଲେ । ଏହାର କିଛି ଘଣ୍ଟା ପରେ ଲୀନା ଗର୍ବର ସହିତ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ବିବାହ ବିଷୟରେ ଘୋଷଣା କରିଥିଲେ ଯେ ସେ ତାଙ୍କୁ ବିବାହ କରିଛନ୍ତି । ଏହାପରେ ଉଭୟ ଏବେ ଚର୍ଚ୍ଚାରେ ଅଛନ୍ତି ।

ଲୀନା କୁମାର ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଚର୍ଚ୍ଚିତ ଚେହେରା । ତାଙ୍କ ଫିଲ୍ମ କ୍ୟାରିଅରରେ ସେ ଅନେକ ସାନଦାର ଫିଲ୍ମରେ କାମ କରିଛନ୍ତି । ସେଥିମଧ୍ୟରେ ‘ସ୍ନେହମ୍’ ଏବଂ ‘ଟ୍ରାଫିକ୍’ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଲୀନା ଇଂରାଜୀ, ତାମିଲ, ତେଲୁଗୁ ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ୧୦୦ ରୁ ଅଧିକ ଫିଲ୍ମ କରିଛନ୍ତି । ବର୍ତ୍ତମାନ ଲୀନା ତାଙ୍କ ବିବାହ ବିଷୟରେ ସରପ୍ରାଇଜ୍ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

Comments are closed.