ପ୍ରତିଭା ସାହୁ
ବିଦୁପୁର ଗାଁର ଗାଁ ମୁଣ୍ଡରେ ଛୋଟ ମୁଣ୍ଡିଆଟିଏ। ସେହି ମୁଣ୍ଡିଆରେ ଠେକୁଆଟିଏ ଓ ହରିଣଟିଏ ସାଥି ହୋଇ ରହୁଥିଲେ। ଦୁହେଁ ଦୁହିଁଙ୍କର ସୁଖ ଦୁଃଖରେ ଭାଗି ହେଉଥିଲେ। ଦୁହେଁ ସକାଳୁ ଉଠି ଚରାବୁଲା କରି ପୁଣି ସନ୍ଧ୍ୟାରେ ନିଜ ପଥର ଗୁମ୍ଫାକୁ ଫେରି ଆସୁଥିଲେ । ହସ ଖୁସିରେ ଦୁହେଁ ଦିନ କାଟୁଥିଲେ।
ଦିନକର କଥା ହରିଣ ଓ ଠେକୁଆ ପାହାଡ଼ ତଳେ ଘାସ ଖାଉଥିବା ବେଳେ ଗୋଟିଏ ବିଲୁଆ ସେମାନଙ୍କୁ ଦେଖି ଦେଇଛି। ଛନଛନିଆ ଠେକୁଆଟି ଦେଖି ତା, ପାଟିରୁ ଲାଳ ବାହାରି ପଡିଲା। ସେ ତାକୁ କେମିତି ଖାଇବ ଉପାୟ ଚିନ୍ତା କଲା। ଦିନେ ଛପି ଛପି ଆସି ରାତିରେ ଗୁମ୍ଫା ମୁହଁରେ ଜଗି ଵସିଲା। ହେଲେ ସେ ଦୁହିଁଙ୍କୁ ନିଦ ନାହିଁ । ଭାବିଲା ହରିଣଟା ଯଦି କୁଆଡେ ଟିକେ ଯାଆନ୍ତା ସେ ଖପ୍ କିନା ଠେକୁଆକୁ ମାଡି ବସନ୍ତା । ସେଦିନ ସେମିତି ରାତି ପାହିଗଲା। ବିଲୁଆ ନିରାଶ ହୋଇ ଫେରିଲା। ତହିଁ ପରଦିନ ହରିଣ ଠେକୁଆକୁ କହିଲା ବନ୍ଧୁ ଆଜି ମୋତେ ବଡ ଗଛର କ୍ଅଁଳ ପତ୍ର ଖାଇବାକୁ ଇଛା ହେଉଛି। ଚାଲ ଆଜି ପାଖ ଜଙ୍ଗଲକୁ ଯିବା। କିଏ ବା ନ ଚାହେଁ ସ୍ୱାଦିଷ୍ଠ ଭୋଜନ ଖାଇବାକୁ ।ଠେକୁଆ ଖୁସି ହୋଇ ଚାଲ ଯିବା କହିଲା।
ଦୁହେଁ ମିଶି ଜଙ୍ଗଲକୁ ଯାଇ କ୍ଅଁଳ ଡାଳ ପତ୍ର ଖାଇ ସନ୍ଧ୍ୟାରେ ଘରକୁ ଫେରିଲେ । ଏଣେ ବିଲୁଆ ସୁଯୋଗ ଉଣ୍ଡି ଵୁଲୁଛି। କେମିତି ଠେକୁଆକୁ ଖାଇବ। ଜଗି ବସିଛି ।ଠେକୁଆ ଲୋଭରେ ଏତେ ଖାଇଥିଲା ଯେ ଅଧରାତି ବେଳକୁ ତା, ପେଟ ଖାଲି କାମୁଡିଲା। ସେ ବିକଳ ହୋଇ ମରିଯିବି ମରିଯିବି ସାଙ୍ଗ ବୋଲି କହୁଥାଏ ।ଏକଥା ହରିଣ ସମ୍ଭାଳି ନ ପାରି କହିଲା ବନ୍ଧୁ ତୁମେ ଥାଅ, ମୁଁ ତୁମପାଇଁ ଏଇ ଆଗରୁ ଔଷଧ ନେଇ ଆସୁଛି।
ହରିଣ ଯେମିତି ଯାଇଛି ଚତୁର ବିଲୁଆ ଖୁସି ହୋଇ ଯାଇ ଗୁମ୍ଫା ଭିତରେ ପଶିଯାଇ ଗୋଟିଏ ଅଖାରେ ଠେକୁଆକୁ ଭର୍ତ୍ତି କରି ଦେଲା। ତା, ପରେ ଘରେ ଖାଇବ ବୋଲି ଧରି ଚାଲିଲା। ବାଟରେ ହରିଣ ଔଷଧ ଧରି ଆସୁଛି। ସେ ବିଲୁଆକୁ ଦେଖି ଵୁଦା ମୂଳରେ ଲୁଚିଗଲା। ସେଇ ଅଖା ଭିତରୁ ବିଚରା ଠେକୁଆର କାନ୍ଦ ଶୁଭୁଛି ।
ହରିଣ ଜାଣି ପାରିଲା ତା, ଵନ୍ଧୁ ଠେକୁଆ । ସଙ୍ଗେ ସଙ୍ଗେ ସେ ଲୁଚି ଲୁଚି ଦୌଡିଲା। ଵିଲୁଆ ଯିବା ବାଟରେ ମଲା ପରି ପଡିରହିଲା। ଜହ୍ନ ରାତି ,ଵିଲୁଆ ହରିଣକୁ ଦେଖି ଭାବିଲା ଯା, ହେଉ ମୋତେ ପାଞ୍ଚ ଛଅ ଦିନ ପାଇଁ ଖାଦ୍ୟ ମିଳିଗଲା। ଆଗେ ଏଇ ଠେକୁଆକୁ ଘରେ ଥୋଇ ଆସେ। ତାପରେ ହରିଣକୁ ନେବି।
ବିଲୁଆ ଯେମିତି ଆଗକୁ ଯାଇଛି, ହରିଣ ବି ଲୁଚି ଲୁଚି ତା, ପଛରେ ଗଲା। ଵିଲୁଆ ଯେମିତି ଵସା ଭିତରକୁ ଗଲା ହରିଣଟି ତା, ପଛପଟ ଦେଇ ବିଲୁଆ ଵସାରେ ପଶିଲା। ଠେକୁଆକୁ ଥୋଇ ଖୁସି ମନରେ ଗୀତଗାଇ ହରିଣ ପଡିଥିବା ସ୍ଥାନକୁ ଆସିଲା। ଏତିକି ଵେଳେ ହରିଣଟି ବନ୍ଧୁ ଠେକୁଆକୁ ଅଖାରୁ ବାହାର କଲା। ହରିଣକୁ ଦେଖି ଠେକୁଆ ଖୁସିରେ କାନ୍ଦି ପକାଇଲା। ଦୁହେଁ ଦେଖିଲେ ବିଲୁଆର ଘର ଭିତରେ ଗୋଟିଏ ବିରୁଡି ବସା ଅଛି । ହରିଣଟି ଉପାୟ ଚିନ୍ତା କରି ଵିଲୁଆକୁ ପାନେ ଦେବାକୁ ଚାହିଁଲା।
ଗୋଟିଏ ଵାଡିରେ ସେ ବି ରୁଡି ବସାକୁ ଭାଙ୍ଗି ଦେଇ ଅଖା ଭିତରେ ପୁରାଇ ଦେଲା। ତାପରେ ଦୁଇ ବନ୍ଧୁ ବିଲୁଆର ମଜା ଦେଖିବା ପାଇଁ ବାଟରେ ଛପି ବସିଲେ। ଏଣେ ବିଲୁଆ ହରିଣ ଆଣିବାକୁ ଯାଇଛି। ପହଞ୍ଚି ଦେଖିଲା ହରିଣ ନାହିଁ ।ମୋତେ ଧୋକା ଦେଲା ଭାବି ମନ ଦୁଃଖରେ ଫେରୁଥାଏ। କହୁଥାଏ ନ, ହେଲେ ନାହିଁ ସେ ଛନ୍ ଛନିଆ ଠେକୂଆ ମାଂସ ଟିକେ ତ ପାଟିରେ ବାଜିବ । ଖୁବ୍ ଖୁସି ହୋଇ ଯାଇ ଠେକୁଆ ଖାଇବ ଵୋଲି ବସାରେ ପହଞ୍ଚିଲା । ଧିରେ ଧିରେ ରାତି ପାହିଆସୁଛି। ଵିଲୁଆ ଯେମିତି ଅଖାକୁ ଖୋଲି ଅଖା ଭିତରକୁ ମୁହଁ ପୁରେଇଛି ସେଥିରେ ଥିବା ବିରୁଡିମାନେ ବିଲୁଆର ମୁହଁକୁ ଜୋରରେ କାମୁଡି ପକାଇଲେ। ବିଲୁଆ ବୋପାଲୋ ମାଆଲୋ କ଼ହି ବାସରୁ ଛାଟି ପିଟି ହୋଇ ଏଣେ ତେଣେ ଦୌଡିଲା। ଵିଲୁଆର ଏ ଅବସ୍ଥା ଦେଖି ଦୁଇ ବନ୍ଧୁ ହସି ହସି ଗଡିଯାଉଥିଲେ।
ଶେଷରେ ବିଲୁଆ ଛଟପଟ ହୋଇ ମରିଗଲା। ତେଣୁ ବିପଦ ସମୟରେ ଧୈର୍ଯ୍ୟ ନ ହରାଇ ସାହାସର ସହ ଵିପଦକୁ ମୁକାବିଲା କରିବା ଉଚିତ୍। ଏଇ ସାହସୀ ହରିଣ ପରି।
ବଇଣ୍ଡାହାଇସ୍କୁଲ ରୋଡ୍ ( ଅନୁଗୋଳ )
ମୋ ୭୦୦୮୨୩୬୯୯୧
Comments are closed.