ନୂଆଦିଲ୍ଲୀ: ଆଜିର ଏଇ ସୋସିଆଲ ମିଡିଆ ଯୁଗରେ ବହୁ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳୁଛି । ଯାହା ନିଜ ଆଖିରେ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଦାନ୍ତ କାମୁଡି ଦେବେ।
ନିକଟରେ ଜଣେ ବ୍ୟକ୍ତି ଗୋଟିଏ ମିନିଟରେ ୭୭ଟି ବୋତଲର ଠିପି ଖୋଲିଛନ୍ତି। ତାଙ୍କ ନାଁ ଏବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।
View this post on Instagram
ସୂଚନାଅନୁସାରେ, ଉକ୍ତ ବ୍ୟକ୍ତିଙ୍କ ନାଁ ମହମ୍ମଦ ରାଶିଦ । ସେ ଗୋଟିଏ ମିନିଟରେ ନିଜ ମୁଣ୍ଡ ଦ୍ୱାରା ଲଗାତାର ଗୋଟିଏ ପରେ ଗୋଟିଏ ବୋତଲର ଠିପି ଖୋଲି ଦେଇଥିଲେ । ମହମ୍ମଦ ୭୭ଟି ବୋତଲର ଠିପି ଗୋଟିଏ ମିନିଟ ଭିତରେ ଖୋଲି ଦେଇଥିଲେ । ମହମ୍ମଦଙ୍କ ଏହି ଭିଡିଓ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଫିସିଆଲ ହ୍ୟାଣ୍ଡେଲରେ ସେୟାର କରାଯାଇଛି ।
ଖବର ଲେଖାଯିବା ସୁଧା ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି । କିଛି ଲୋକ ମହମ୍ମଦଙ୍କ ଭିଡିଓ ଦେଖି ଚକିତ ହୋଇଯାଇଛନ୍ତି । ଆଉ କିଏ ଏହାକୁ ଆକର୍ଷଣୀୟ ରେକର୍ଡ ବୋଲି କହିଛନ୍ତି ।
ତେବେ ଭିଡିଓରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି,‘‘ ମୋର ଭାଇ ଭଉଣୀମାନେ କେଉଁଠି ଅଛ, ଆସ ଏହି ରେକର୍ଡକୁ ଭାଙ୍ଗନ୍ତୁ ।’’ ଆଉ ଜଣେ ୟୁଜର୍ସ କହିଛନ୍ତି,‘‘ କିଏ ମୋତେ ଦୟା କରି କୁହନ୍ତୁ, ସେ ବର୍ତ୍ତମାନ କେମିତି ଅଛନ୍ତି ।’’
Comments are closed.