Latest Odisha News

BREAKING NEWS

ବିଶ୍ବର ଟପ୍ ୩୮ କଫି ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତର ଫିଲ୍ଟର କଫି

ନୂଆଦିଲ୍ଲୀ: କଫି ଏକ ସୁଗନ୍ଧିତ ପାନୀୟ ଯାହା ଏହାର ସୁସ୍ବାଦୁ ତିକ୍ତ ସ୍ୱାଦ ପାଇଁ ବେଶ ପରିଚିତ । ସମଗ୍ର ବିଶ୍ବରେ ଏମିତି ଅନେକ କଫି ପ୍ରେମୀ ରହିଛନ୍ତି, ଯେଉଁମାନଙ୍କ ଦିନର ଆରମ୍ଭ କଫିରୁ ହିଁ ହୋଇଥାଏ । ସକାଳୁ ସକାଳୁ ହେଉ କିମ୍ବା ସନ୍ଧ୍ୟା ସମୟରେ କଫି କପେ ପଡେଗଲେ ସବୁ କଛି ଠିକ୍ ଚାଲିବ । କଫି ପ୍ରେମୀଙ୍କ ଚାହିଦାକୁ ନଜରରେ ରଖି ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର କଫି ପ୍ରସ୍ତୁତି ଶୈଳୀ ମଧ୍ୟ ରହିଛି । କଫି ପ୍ରେମୀ ଜାଣି ଖୁସି ହେବେ ଯେ, ସେମାନଙ୍କ ପ୍ରିୟ କଫି ଭାରତର ଫିଲଟର କଫି ,୩୮ଟି ଶ୍ରେଷ୍ଠ କଫି ତାଲିକାରେ ୨ୟ ସ୍ଥାନରେ ରହିଛି ।

ନିକଟରେ ଲୋକପ୍ରିୟ ଖାଦ୍ୟ ଏବଂ ଟ୍ରାଭେଲ୍ ଗାଇଡ୍ ପ୍ଲାଟଫର୍ମ Taste Atlas ନିକଟରେ ‘ବିଶ୍ୱର ଟପ୍ ୩୮ କଫି’ ର ଏକ ନୂଆ ରେଟିଂ ତାଲିକା ପ୍ରକାଶ କରିଛି । ବିଶେଷ କଥା ହେଉଛି ଏଥିରେ ଭାରତର ଫିଲଟର କଫି ମଧ୍ୟ ସାମିଲ ରହିଛି । ଯାହାକୁ ସାଉଥ୍‌‌ ଇଣ୍ଡିଆନ୍‌‌ କଫି ମଧ୍ୟ କୁହାଯାଉଛି । TasteAtlas ଅନୁଯାୟୀ, ଏହି ତାଲିକାରେ ପ୍ରଥମ ସ୍ଥାନରେ ‘କ୍ୟୁବାନୋ ଏସପ୍ରେସୋ’ ଥିବାବେଳେ, ଦ୍ୱିତୀୟ ସ୍ଥାନରେ ‘ସାଉଥ୍ ଇଣ୍ଡିଆନ୍ କଫି’ ରହିଛି ।

ଏକ ସରଳ ଏବଂ ପ୍ରଭାବଶାଳୀ ଭାରତୀୟ କଫି ଫିଲ୍ଟର ମେସିନ୍ ବ୍ୟବହାର କରି ଇଣ୍ଡିଆନ୍ ଫିଲ୍ଟର କଫି ତିଆରି କରାଯାଏ । ଜାଣନ୍ତୁ କେମିତି ତିଆରି ହୁଏ ଫିଲଟର କଫି…
ଏହି ମେସିନ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ଏବଂ ଏହାର ଦୁଇଟି ଚାମ୍ବର ଅଛି – ଉପର ଚାମ୍ବରରେ ଏକ ହୋଲଡିଂ ଗ୍ରାଉଣ୍ଡ ଅଛି ସେଇଠି କଫି ପାଉଡର ପକାଇ ବନ୍ଦ କରନ୍ତୁ । କଫି ମେକରର ଶେଷ ଚାମ୍ବରରେ କଫି ଆସିବ । ଏଥିରେ ଉଷୁମ କ୍ଷୀର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ସ୍ୱାଦ ଅନୁଯାୟୀ ଚିନି ମିଶାନ୍ତୁ । ଏହାପରେ ପ୍ରସ୍ତୁତ ହୋଇଗଲା ଫିଲଟର କଫି । ଏହି କଫି ଦକ୍ଷିଣ ଭାରତରେ ବହୁଳ ଭାବରେ ଲୋକପ୍ରିୟ ।

TasteAtlas ଦ୍ୱାରା ସ୍ଥାନିତ ହୋଇଥିବା ବିଶ୍ୱର ଶ୍ରେଷ୍ଠ ୧୦ଟି କଫି-
1. କ୍ୟୁବାନ୍ ଏସପ୍ରେସୋ (କ୍ୟୁବା)
2. ଦକ୍ଷିଣ ଭାରତୀୟ କଫି (ଭାରତ)
3. ଏସପ୍ରେସୋ ଫ୍ରେଡ୍ଡୋ (ଗ୍ରୀସ୍)
4. ଫ୍ରେଡୋ କୈପୁକିନୋ (ଗ୍ରୀସ୍)
5. କୈପୁକିନୋ (ଇଟାଲୀ)
6. ତୁର୍କୀ କଫି (ତୁର୍କୀ)
7. ରିଷ୍ଟ୍ରେଟୋ (ଇଟାଲୀ)
8. ଫ୍ରେପେ (ଗ୍ରୀସ୍)
9. ଇସ୍କାଫି (ଜର୍ମାନୀ)
10. ଭିଏତନାମୀ ଆଇସିଡ୍ କଫି (ଭିଏତନାମ)

Comments are closed.