Latest Odisha News

BREAKING NEWS

ଓଡ଼ିଶା କଂଗ୍ରେସ ପାଇଁ ୩ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କେନ୍ଦ୍ର କଂଗ୍ରେସ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ। ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରବିବାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଦଳର ନେତା ମୀନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଏବଂ ପରଗତ ସିଂହଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶାରେ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି।

ନବନିଯୁକ୍ତ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସମୟରେ ରାଜ୍ୟ ପ୍ରଭାରୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଏବଂ ରାଜ୍ୟ ସହ ଜଡ଼ିତ ଦଳୀୟ ସମ୍ପାଦକମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ଏହି ତିନି ଜଣ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

 

Comments are closed.