ଭୁବନେଶ୍ବର: ଘୁଂଚି ଘୁଂଚି ଚାଲିଛି ମେଂଟ ପଦ୍ମ । ବିଜେଡି-ବିଜେପି ମେଂଟ ରାସ୍ତାରେ କଂଟା ରାଜ୍ୟ ଗେରୁଆ ଦଳ ନେତା । ଚବିଶ ମହାସମରକୁ ଆଉ ଅଳ୍ପଦିନ । ମେଂଟ ଘୁଂଚିଲେ ଲାଭଠୁ ବଳିଯିବ କ୍ଷତି । ତେଣୁ ଆଜି ରାତି ସୁଦ୍ଧା ନିଷ୍ପତି ନେବାକୁ ଅନୁରୋଧ କରିଛି ବିଜେଡି । ମେଂଟ ଡିଲ୍ ନେଇ ଟପ୍ ଲିଡରଙ୍କ ମଧ୍ୟରେ ଚର୍ଚ୍ଚା ସରିଛି । ବିଜେପି ନିଜ ଘର ସଜାଡୁ । ଆଉ ବେଶୀ ଡେରି ହେଲେ ସମୟ ନଷ୍ଟ ସାଙ୍ଗକୁ କନଫ୍ୟୁଜ ହେବେ କର୍ମୀ ଓ ସମର୍ଥକ । ଯେକୌଣସି ମୁହୁର୍ତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ତେଣୁ ଯଥାଶୀଘ୍ର ମେଂଟ ସସପେନସ ଶେଷ କରିବାକୁ ବିଜେଡି ବିଜେପିକୁ କହିଥିବା ଜଣାପଡିଛି ।
ମେଂଟ ଚର୍ଚ୍ଚା ପରଠୁ ସପ୍ତାହେ ହେଲା ବିଜେଡିର ସଂଗଠନ ଶିଥିଳ ପଡିଛି । ନିର୍ବାଚନ କାଉଂଟଡାଉନ୍ ଆରମ୍ଭ ହୋଇଥିବା ବେଳେ ମେଂଟ ନେଇ ସ୍ପଷ୍ଟ ଚିତ୍ର ଦେବାକୁ ବିଜେପି ଉପରେ ଚାପ ପକାଉଛି ବିଜେଡି । ୧୫ବର୍ଷର ବିଚ୍ଛେଦ ପରେ ବିଜେପି ସହ ପୁନର୍ବିବାହ ନେଇ ବିଜେଡି ଏଯାଏଁ ମୁହଁ ବନ୍ଦ କରିରହିଛି । ଗତ ସପ୍ତାହରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ ମେଂଟ ନେଇ ଇସାରା ଦେଇଥିଲେ । ତେବେ ନବୀନ ହିଁ ନିଷ୍ପତିରେ ମୋହର ମାରିବେ କହିଥିଲେ ବିଜେଡି ନେତା ନୃସିଂହ ସାହୁ । ମାର୍ଚ୍ଚ ୭ତାରିଖ ସଂଧ୍ୟାରେ ବିଜେଡିର ଟପ୍ ନେତା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ବିଜେପି ସହ ମେଂଟ ଓ ସିଟ୍ ସେୟାରିଂ ନେଇ ଆଲୋଚନା କରିଥିବା କୁହାଯାଉଛିା ବିଜେଡି ଅନ୍ଦରମହଲରୁ ସୂଚନା, ମେଂଟ ପ୍ରସ୍ତାବ ବିଜେପି ଆଡୁ ଆସିଥିଲା । ନବୀନଙ୍କ ନେତୃତ୍ୱରେ ଷଷ୍ଠ ଥର କ୍ଷମତା ଦଖଲ ପାଇଁ ବିଜେଡି ପ୍ରସ୍ତୁତ । ଏଭଳି ସ୍ଥିତିରେ କାହିଁକି ବିଜେଡି ଚାହିଁବ ମେଂଟ ? ୨୦୧୯ ନିର୍ବାଚନରେ ୧୧୨ ବିଧାନସଭା ଓ ୧୨ ଲୋକସଭା ଆସନ ଜିତିଥିଲା ବିଜେଡି । ଗତ ୫ବର୍ଷ ମଧ୍ୟରେ ହୋଇଥିବା ୮ ଉପନିର୍ବାଚନରୁ ୭ଟିରେ ବିଜୟୀ ହୋଇଛି ଦଳ । ପଂଚାୟତରୁ ପୌର, ଜବରଦସ୍ତ ପରଫର୍ମାନ୍ସ କରିଛି ବିଜେଡି । ଦଳର ସର୍ଭେ କହୁଛି ଶହେରୁ ଅଧିକ ଆସନରେ ହେବ ଶଙ୍ଖନାଦ । ବିଜେଡି କ୍ୟାମ୍ପର ମତ, ମେଂଟ ଉଭୟ ବିଜେଡି-ବିଜେପି ପାଇଁ ୱିନ୍- ୱିନ୍ ହେବ । ଗତ କିଛି ବର୍ଷ ହେଲା ଉଭୟ ଦଳ ମଧ୍ୟରେ ଭଲ ବୁଝାମଣା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ନବୀନଙ୍କୁ ବନ୍ଧୁ କହିଛନ୍ତି ତ ଚଣ୍ଡିଖୋଲରେ କହିଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନଙ୍କ ଭିଆରଏସ ଆବେଦନର ଶୀଘ୍ର ମଂଜୁରୀ ହେଉ କି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ହେଉ, ଅଲଗା ଥାଇ ବି ଏକାଠି ରହିଛନ୍ତି ବିଜେଡି-ବିଜେପି । ବିଜେଡିକୁ କେନ୍ଦ୍ର ବିଜେପିର ପ୍ରଶଂସା ରାଜ୍ୟ ବିଜେପି ନେତାଙ୍କ ମୁହଁ ବନ୍ଦ କରିଛି । କେଉଁଠି ନା କେଉଁଠି ସେମାନେ ଏହାକୁ ହଜମ କରିପାରୁନାହାନ୍ତି । କୁହାଯାଉଛି, ଲାଭ କ୍ଷତିର ହିସାବ କରି ଯଥାଶୀଘ୍ର ମେଂଟ ଗଣିତ କଷିବାକୁ ରାଜ୍ୟ ବିଜେପିକୁ କହିଛନ୍ତି କେନ୍ଦ୍ରୀୟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଥିବା ରାଜ୍ୟ ବିଜେପି ନେତା ଏବେ ଟାଇଟ୍ ସ୍ପଟରେ । ଏନଡିଏ ନେତାଙ୍କ ମାର୍ଚ୍ଚ ୧୪ ବୈଠକ ପୂର୍ବରୁ ନିଷ୍ପତି ନେବାକୁ ଡେଡଲାଇନ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।
BREAKING NEWS
- ଫୁଲୁଛି ଜଳକା, ଗର୍ଜୁଛି ସାଳନ୍ଦୀ: ଅନେକ ତଳିଆ ଅଞ୍ଚଳ ପ୍ରଭାବିତ
- ଚମୋଲିରେ ଭୁଶୁଡ଼ିଲା ସୁଡ଼ଙ୍ଗ: ୭ ଶ୍ରମିକ ମୃତ, ୧୪ ଆହତ
- ପୁଣି ବନ୍ୟା ଭୟ! ବିପଦ ସଙ୍କେତ ଟପିଲା ବୈତରଣୀ, ସତର୍କ ରହିବାକୁ ପରାମର୍ଶ
- ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା
- ଫେକ୍ ଆଇଡି ଖୋଲି ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ;ଯୁବକ ଗିରଫ
- Raurkela Floods:ଷ୍ଟିଲ୍ସିଟି ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି;ସରକାରଙ୍କୁ ସମାଲୋଚନା କଲେ ନବୀନ
- ISIS links:ପାକିସ୍ତାନ ଓ ISIS ସହ ସମ୍ପର୍କରେ ଥିଲେ ଦୁଇ ଯୁବକ;ATS କଲା ଗିରଫ, ସନ୍ଦିଗ୍ଧଙ୍କ ରୁମରୁ ଏକ ମାନଚିତ୍ର ଜବତ
- ୨୦୩୦ ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ମିଳିବ ଗୁଣାତ୍ମକ ବିଦ୍ୟୁତ୍ ସେବା;୩ଟି ୭୬୫/୪୦୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ ନିର୍ମାଣ ଯୋଜନା
- ଲାଞ୍ଚ ମାମଲାରେ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର; କୋଲକାତା ଟିମ୍ରେ ହେବେ କି ସାମିଲ?

Comments are closed.