Latest Odisha News

BREAKING NEWS

ଭାରସାମ୍ୟ ହରାଇ ବିଲକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ

ସୁବର୍ଣ୍ଣପୁର: ଭାରସାମ୍ୟ ହରାଇ ବିଲକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ପ୍ରାୟ ୨୫ ଯାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଘଟିଛି ଏପରି ଅଘଟଣ । ସୂଚନା ଅନୁସାରେ ସୁବଳୟା ପଟରୁ ରାଜଶ୍ରୀ ନାମକ ଏକ ଘରୋଇ ବସ୍ ବୀରମହାରାଜପୁର ଅଭିମୁଖେ ଆସୁଥିବା ବେଳେ ଗୋବିନ୍ଦପୁର ନିକଟରେ ଭାରସାମ୍ୟ ହରାଇ ବସଟି ବିଲ ଭିତରକୁ ଖସି ପଡିଥିଲା।

ଫଳରେ ପ୍ରାୟ ୧୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ତେବେ ବସଟି ଓଲଟି ନଥିବାରୁ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ।

 

Comments are closed.