ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟକିପର ରିଷଭ ପନ୍ତ ଏବେ ଫିଟ ହୋଇ ଯାଇଛନ୍ତି । ସେ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ନିଶ୍ଚିତ ମଧ୍ୟ ହୋଇଯାଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଟିମ ମ୍ୟାନେଜମେଂଟ ତାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ରିକି ପଂଟି ଆସିବା ପରେ ଟିମ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି । ୪ କିମ୍ବା ୫ ଦିନ ମଧ୍ୟରେ ସବୁ କିଛି ଚୂଡାନ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ପୂର୍ବରୁ ଟିମ ମାଲିକ ସ୍ପଷ୍ଟ କରିଥିଲେ ଯେ, ପନ୍ତ ଫିଟ ହେବା ମାନେ ସେ ଅଧିନାୟକ ଦାୟିତ୍ୱ ତୁଲାଇବେ । ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେବ । ୨୩ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଦିଲ୍ଲୀ ତାର ଅଭିଯାନ ଆରମ୍ଭ କରିବ ।
୨୦୨୨ ଡିସେମ୍ବରରେ ପନ୍ତ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ୧୪ ମାସ ପରେ ସେ କ୍ରିକେଟ ପଡିଆକୁ ଫେରିଛନ୍ତି । ବିସିସିଆଇ ମେଡିକାଲ ଟିମ ତାଙ୍କୁ ୱିକେଟକିପିଂ ଓ ବ୍ୟାଟ୍ସମ୍ୟାନ ପାଇଁ ଫିଟ ଘୋଷିତ କରିଛନ୍ତି । ଆଇପିଏଲରେ ଯଦି ସେ ଭଲ ପ୍ରଦର୍ଶନ କରିବେ ତେବେ ଟି୨୦ ବିଶ୍ୱକପ ଟିମରେ ଚୟନ କରାଯିବ କି ନାହିଁ ତାହା ବିଚାର କରାଯିବ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି । ତେବେ ପନ୍ତ ଫିଟ ହେବା ତାଙ୍କ ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି ।
Comments are closed.