Latest Odisha News

BREAKING NEWS

ଅମିତାଭ ବଚ୍ଚନ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ୮୧ ବର୍ଷୀୟ ଅଭିନେତାଙ୍କୁ ଶୁକ୍ରବାର ସକାଳେ କୋକିଲାବେନ୍ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ନିକଟରେ ତାଙ୍କ ଗୋଡ଼ରେ ଜମାଟ ବାନ୍ଧିବାରୁ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏବେ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ବଲିଉଡର ଏହି କିମ୍ବଦନ୍ତୀ ଅଭିନେତା ନିଜ ଏକ୍ସରେ ଲେଖି କୃତଜ୍ଞତା ଜଣାଇବା ସହିତ ନିକଟରେ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଯୋଗ ଦେବାର ଏକ ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି।

 

Comments are closed.