ନୂଆଦିଲ୍ଲୀ: ବଢୁଛି ପିଏମ୍ ‘ସୂର୍ଯ୍ୟ ଘର: ମାଗଣା ବିଜୁଳି’ ଯୋଜନାର ଲୋକପ୍ରିୟତା । ଏକ ମାସ ମଧ୍ୟରେ କୋଟିଏରୁ ଉର୍ଦ୍ଧ୍ୱ ପରିବାର ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେବା ସହ ଖୁସିବ୍ୟକ୍ତ କରିଛନ୍ତି ।
ମୋଦି ଏକ୍ସରେ ଲେଖିଛନ୍ତି,‘‘ ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରଦେଶ, ଆସାମ, ବିହାର, ଗୁଜରାଟ ଓ ମହାରାଷ୍ଟ୍ରରୁ ୫ ଲକ୍ଷରୁ ଅଧିକ ପରିବାର ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କରିଛନ୍ତି ।’’
ଖୁବଶୀଘ୍ର ସମସ୍ତେ ପଞ୍ଜୀକରଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଅପିଲ କରିଛନ୍ତି ।
ସୂଚନାଯୋଗ୍ୟ, ଫେବୃଆାରୀ ୨୯ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ‘ସୂର୍ଯ୍ୟ ଘର: ମାଗଣା ବିଜୁଳି’ ଯୋଜନା ଅନୁମୋଦନ ମିଳିଥିଲା । ଏହି ଯୋଜନା ଅଧୀନରେ ଏକ କୋଟି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ । ଏହାସହ ବାର୍ଷିକ ୧୫,୦୦୦ ଟଙ୍କା ସଞ୍ଚୟ ହେବ । ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।
Comments are closed.