Latest Odisha News

୭ଟି ପର୍ଯ୍ୟାୟରେ ହେବ ଲୋକସଭା ମତଦାନ

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆଜି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ସାମ୍ୱାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି । ଦେଶରେ ୫୪୩ ଲୋକସଭା ଆସନ ପାଇଁ  ମୋଟ ୭ଟି ପର୍ଯ୍ୟାୟରେ ମତଦାନ  ଅନୁଷ୍ଠିତ ହେବ । ଏପ୍ରିଲ ୧୯ ତାରିଖରେ  ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ  ହେବ । ଏପ୍ରିଲ ୨୬ ତାରିଖରେ  ଦ୍ୱିତୀୟ ପର୍ଯ୍ୟାୟ, ମେ’୭ରେ ତୃତୀୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ପଞ୍ଚମ ପର୍ଯ୍ୟାୟ,  ମେ’୨୫ରେ ଷଷ୍ଠ ପର୍ଯ୍ୟାୟ, ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ।

ଜୁନ୍ ୪ ମଙ୍ଗଳବାର ଦିନ ସାରା ଦେଶରେ ଭୋଟ ଗଣତି ହେବ। ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗଣତି ହେବ ।

ଦେଶରେ ମୋଟ ୯୭ କୋଟି ପଞ୍ଜୀକୃତ ଭୋଟର ରହିଛନ୍ତି ।  ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ କରାଯାଉଛି ।  ଭୋଟ ଗ୍ରହଣ ପାଇଁ  ଦେଢ଼ କୋଟି ପୋଲିଂ ଅଫିସର ପ୍ରସ୍ତୁତ ଅଛନ୍ତି ।  ଭୋଟ ଗ୍ରହଣ ପାଇଥଁ ୫୫ ଲକ୍ଷ ଇଭିଏମ୍ ପ୍ରସ୍ତୁତ ରହିଛି ।  ପ୍ରଥମ ଥର ପାଇଁ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଭୋଟ ଦେବେ । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି ରହିଛି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ ରହିଛି । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି ।  ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି  ମହିଳା ଭୋଟର ଅଛନ୍ତି ।

Comments are closed.