Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦା

ମୁମ୍ବାଇ; ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦା । ହରିୟାଣାର ମାନେସର ଅରାବାଲି ପାହାଡ ମଧ୍ୟରେ ଅବସ୍ଥିତ ଆଇଟିସି ଗ୍ରାଣ୍ଡ ଭାରତ ପ୍ୟାଲେସରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହରେ ଦମ୍ପତିଙ୍କ ପରିବାର ସଦସ୍ୟ, କିଛି ସମ୍ପର୍କୀୟ ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗଦେଇଥିବା ନେଇ ସୂଚନା ମିଳିଛି । ଦୁହେଁ ଦୀର୍ଘ ଦିନ ଧରି ଡେଟ୍ କରିବା ପରେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବରେ ବାଛିଛନ୍ତି । ବର୍ତ୍ତମାନ ଏହି ନବ ବିବାହିତ ଦମ୍ପତ୍ତିଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ ଉଭୟଙ୍କ ବିବାହର ଫଟୋ ସେୟାର କରାଯାଇଛି । ଫଟିରେ କ୍ରିତି ଖରବନ୍ଦା ଏକ ସୁନ୍ଦର ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଲେ ପୁଲକିତ ହାଲୁକା ସବୁଜ ରଙ୍ଗର ଶେରୱାନୀ ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋଟିକୁ ସେୟାର କରି କ୍ୟାପସନରେ ଏକ ସୁନ୍ଦର କବିତା ଲେଖାଯାଇଛି । ସେୟାର ହୋଇଥିବା ଗୋଟାଏ ଫଟୋରେ ଦୁହେଁ ଚାଲି ଚାଲି ଆସୁଥିବାର ଦେଖା ଯାଇଥିବା ବେଳେ ଅନ୍ୟ ଏକ ଫଟୋରେ କ୍ରିତି, ପୁଲକିତଙ୍କ ମଥାକୁ ଚୁମ୍ବନ ଦେଉଥିବା ଦେଖା ଯାଇଛି |

୨୦୧୯ରେ ଅନୀସ୍ ବାଜମୀଙ୍କ ନିର୍ଦ୍ଦେଶିତ ପାଗଲପନ୍ତି ଫିଲ୍ମରେ କ୍ରିତି ଏବଂ ପୁଲକିତ ଏକାଠି କାମ କରିଥିଲେ । ଏହା ପରେ ଦୁହିଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଅଭିନେତା ପୁଲକିତଙ୍କୁ ଶେଷ ଥର ପାଇଁ ‘ଫୁକ୍ରେ ୩’ରେ ଦେଖିବାକୁ ମିଳିଥିଲା । ତେବେ ସେ କ୍ରତି ଖରବନ୍ଦାଙ୍କୁ ଦୀର୍ଘ ଦିନ ଧରି ଡେଟ୍ କରୁଥିଲେ । କିଛି ଦିନ ପୂର୍ବରୁ ଦୁହେଁ ତାଙ୍କର ଲଭ୍-ଷ୍ଟୋରି ବିଷୟରେ ମିଡିଆରେ ଜଣାଇଥିଲେ । ଗତ କିଛି ଦିନରେ ତାଙ୍କର ବିବାହ କାର୍ଡ ମଧ୍ୟ ଭାଇରାଲ ହୋଇଥିଲା ।

 

 

Leave A Reply

Your email address will not be published.