ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଏକର ଏକର ଜମିରେ ଚାଲିଛି ଅଫିମ ଚାଷ । ଯାହା ଅଫିମ ଚାଷର ହବ୍ ପାଲଟିଛି । ଏହି ଫସଲ ବିଷୟରେ ଜାଣିବା ପରେ ଯଶିପୁର ଥାନା ଫୁଲବାଡ଼ି ଓ ଜୋଜଗୁଡ଼ା ଗାଁରେ ପୋଲିସ, ଅବକାରୀ ଓ ବନ ବିଭାଗର ମିଳିତ ଟିମ୍ ରେଡ୍ କରି ଅଫିମ ଚାଷକୁ ନଷ୍ଟ କରିଛନ୍ତି ।
ରେଡ୍ ବେଳେ ଅଭୟାରଣ୍ୟ ମଧ୍ୟରେ ଥିବା ଦେଢ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଗଛ ଜବତ କରାଯାଇଛି । ପ୍ରାୟ ୩ କୋଟି ଟଙ୍କାର ଅଫିମ ନଷ୍ଟ କରିଛି ପୋଲିସ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୧୦ ତାରିଖରେ ବନବିଭାଗ, ପୁଲିସ ଏବଂ ଅବକାରୀ ବିଭାଗ ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିବା ଅଫିମ ଚାଷ ଉପରେ ବଡ଼ ଧରଣର ଚଢାଉ କରିଥିଲା । ଯେଉଁଥିରେ ଆନୁମାନିକ ୧୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛ ନଷ୍ଟ କରିଥିଲେ ଟିମ୍ ।
ତେବେ ମାତ୍ର ଦୁଇ ମାସ ମଧ୍ୟରେ ପାଖାପାଖି ୨୦ କୋଟି ଟଙ୍କାର ଅଫିମ ନଷ୍ଟ ହେଲାଣି । ହେଲେ ପୋଲିସ ଓ ବନ ବିଭାଗ ଅଫିମ ମାଫିଆମାନଙ୍କୁ ଧରିବାରେ ବିଫଳ ହୋଇଛି ।
Comments are closed.