Latest Odisha News

BREAKING NEWS

ରାଜଧାନୀରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ସର୍ବୋଚ୍ଚ ଦିନ ତାପମାତ୍ରା ୧୯.୨ ଡ଼ିଗ୍ରୀ

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ରାଜଧାନୀ। ଗତ ୪୮ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହି ସମୟରେ ଗ୍ରୀଷ୍ମର ପ୍ରକୋପ ବଢ଼ିବା ପରିବର୍ତ୍ତେ ପାରା ତଳକୁ ଖସିଛି। ଟୁଇନ ସିଟି ଭୁବନେଶ୍ୱର-କଟକରେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ରାଜଧାନୀବାସୀ ଏବେ ଥଣ୍ଡା ଅନୁଭବ କରିଛନ୍ତି। ଆଜି ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖରେ ରାଜଧାନୀରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ। ରାଜଧାନୀରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୯.୨ ଡ଼ିଗ୍ରୀ ରହିଛି।

୧୯୭୦ ମସିହାରେ ମାର୍ଚ୍ଚ ମାସ ୬ ତାରିଖର ରେକର୍ଡ ସବୁଠାରୁ କମ ସର୍ବୋଚ୍ଚ ଦିନ ତାପମାତ୍ରା ୨୪.୩ ଡ଼ିଗ୍ରୀ ରେକର୍ଡ ଭଙ୍ଗ ହୋଇଛି। ଆଜି ୨୦ ମାର୍ଚ୍ଚ ୨୦୨୪ ରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୯.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏହା ୧୯୫୨ ରୁ ୨୦୨୪ ମସିହା ମାର୍ଚ୍ଚ ମାସର ସବୁଠାରୁ କମ ରେକର୍ଡ ହୋଇଥିବା ସର୍ବୋଚ୍ଚ ଦିନ ତାପମାତ୍ରା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Comments are closed.