ନୂଆଦିଲ୍ଲୀ: ସିଏଏ ଅଧୀନରେ ନାଗରିକତ୍ୱ ଖୋଜୁଥିବା ଲୋକଙ୍କ ପାଇଁ ଗୁରୁବାର ଠାରୁ ଏକ ହେଲ୍ପଲାଇନ ଆରମ୍ଭ ହୋଇଛି | ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସିଏଏ ଅଧୀନରେ ନାଗରିକତ୍ୱ ପାଇଁ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ସୂଚନା ଯୋଗାଇବା ପାଇଁ ହେଲ୍ପଲାଇନ ନମ୍ବର ୧୦୩୨ ଆରମ୍ଭ ହୋଇଛି।
ଦେଶର ଯେକୌଣସି ସ୍ଥାନରୁ ଆବେଦନକାରୀମାନେ ଏହି ନମ୍ବରରେ ସକାଳ ୮ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ମାଗଣା କଲ କରିପାରିବେ | ମାର୍ଚ୍ଚ ୧୫ ରୁ ସିଏଏ ଅଧୀନରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଇଚ୍ଛୁକଙ୍କ ପାଇଁ ଏକ ମୋବାଇଲ୍ ଆପ୍ ଉପଲବ୍ଧ ହୋଇଛି | ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ସିଏଏ ଅଧୀନରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଏକ ପୋର୍ଟାଲ ଲଞ୍ଚ କରିଥିଲେ ।
ସୂଚନାଯୋଗ୍ୟ ଯେ, ସିଏଏ ଅଧୀନରେ, ଡିସେମ୍ବର ୩୧, ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଅଣ-ମୁସଲମାନ ପ୍ରବାସୀମାନଙ୍କୁ ନାଗରିକତ୍ୱ ଦିଆଯିବାପାଇଁ ଏହି ସରକାର ଏହି ଆଇନ ଆଣିଥିଲେ । ଏଥି ମଧ୍ୟରେ ହିନ୍ଦୁ, ଶିଖ, ଜୈନ , ବୌଦ୍ଧ , ପାରସୀ ଏବଂ ଖ୍ରୀଷ୍ଟିଆନ ଅନ୍ତର୍ଭୁକ୍ତ।
Comments are closed.