Latest Odisha News

‘ବିଜେପି ଏକ ଦୁର୍ନୀତିଗ୍ରସ୍ତ ଜନତା ଦଳ, ସେ ପରିବାରର ଅର୍ଥ ବୁଝେ ନାହିଁ’

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ମାର୍ଚ୍ଚ ୩୧ ରେ ଦିଲ୍ଲୀର ରାମ ଲୀଲା ମୈଦାନରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସମଗ୍ର ବିରୋଧୀ ଏକାଠି ହେବେ । ଏହାପୂର୍ବରୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ବିଜେପିର ଏହି ସାମ୍ବାଦିକ ସମ୍ମିଳନୀକୁ ଟାର୍ଗେଟ କରି ଜବାବରେ ମହାରାଷ୍ଟ୍ରର ପୂର୍ବତନ ସିଏମ୍ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ବିଜେପି ଉପରେ କଡ଼ା ଆକ୍ରମଣ କରିଛନ୍ତି ।

ଠାକରେ କହିଛନ୍ତି ଯେ, ‘ବିଜେପି ଏକ ଦୁର୍ନୀତିଗ୍ରସ୍ତ ଜନତା ଦଳ । ନିର୍ବାଚନ ବଣ୍ଡ ପ୍ରସଙ୍ଗ ଉଠାଇ ଉଦ୍ଧବ ଠାକରେ କହିଛନ୍ତି ଯେ, ନିର୍ବାଚନ ବଣ୍ଡ ପ୍ରସଙ୍ଗ ଆସିବା ଦିନଠାରୁ ଲୋକମାନେ ବିଜେପିର ପ୍ରକୃତ ଚେହେରା ଅର୍ଥାତ୍ ‘ଦୁର୍ନୀତିଗ୍ରସ୍ତ ଜନତା ପାର୍ଟି’କୁ ଜାଣିଛନ୍ତି । ବିଜେପି ପରିବାରର ଅର୍ଥ ବୁଝେ ନାହିଁ’ ।

ବିଜେପିକୁ ପ୍ରଶ୍ନ ପଚାରି ଠାକରେ କହିଛନ୍ତି ଯେ, ଦୁର୍ନୀତି ବିଷୟରେ କହୁଥିବା ବିଜେପି ପ୍ରଥମେ କହିବା ଉଚିତ ଯେ, ଯେଉଁ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି ସେହି ନେତା ମାନଙ୍କୁ ସେ କଣ ପାଇଁ ନିଜ ଦଳରେ ସାମିଲ କରିଛି ବୋଲି ପ୍ରଶ୍ନ କରିଛନ୍ତି ଠାକରେ ।

ଠାକରେ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ସେ ପରିବାରର ଅର୍ଥ ବୁଝନ୍ତି ନାହିଁ କାହିଁକି ନା ପରିବାରର ଦାୟିତ୍ବ ନେବାକୁ ପଡିବ । ଆପଣଙ୍କ ପରିବାରରେ କେବଳ ସମର୍ଥକ, ଚେୟାର ଏବଂ ଆପଣ ଅଛନ୍ତି । ନିର୍ବାଚନ ବଣ୍ଡ ଉପରେ ପ୍ରଶ୍ନ ଉଠାଇ ଶିବସେନା ମୁଖ୍ୟ କହିଛନ୍ତି ଯେ, ତାଙ୍କର ରହସ୍ୟ ଉନ୍ମୋଚିତ ହେବା ପରଠାରୁ ଦୁର୍ନୀତିଗ୍ରସ୍ତ ଜନତା ଦଳର ପ୍ରକୃତ ଚେହେରା ସାମ୍ନାକୁ ଆସିଛି । ସେମାନେ ବିରୋଧୀ ଦଳର ନେତାଙ୍କୁ ଦୋଷ ଦେଉଛନ୍ତି, ହେଲେ ସେମାନେ ପ୍ରକୃତରେ ଜାଣି ନାହାଁନ୍ତି ଗୋଟିଏ ପରିବାର କ’ଣ’?

Comments are closed.