Latest Odisha News

ସିଏଏ ଲୋକଙ୍କୁ ବିଦେଶୀ କରିବାର ଏକ ଯୋଜନା: ମମତା

କୋଲକାତା: ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ନାଗରିକତା ସଂଶୋଧନ ଆଇନ (CAA)। କିଛି ରାଜନୈତୀକ ଦଳ ସିଏଏ କୁ ସମର୍ଥନ କରୁଥିବା ବେଳେ କିଛି ଦଳ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧି ଦଳ । ନିର୍ବାଚନ ପରିବେଶରେ CAA ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି କାରଣ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ଜାରି କରିଛନ୍ତି । ସିଏଏ ଲାଗୁ ପରେ ପ୍ରତିଦିନ ରାଜନୀତି ବୟାନବାଜି ଲାଗି ରହିଛି । ତେବେ ଏହାରି ଭିତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି ଯେ, ସେ ତାଙ୍କ ରାଜ୍ୟରେ ଏହାକୁ କଦାପି କାର୍ଯ୍ୟକାରୀ ହେବାକୁ ଦେବେ ନାହିଁ ।

ତୃଣମୁଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ରାଜ୍ୟର କୃଷ୍ଣନଗରରେ ଏକ ରାଲିରେ ସମ୍ବୋଧିତ କରି କହିଛନ୍ତି ଯେ, “ସିଏଏ ବୈଧ ନାଗରିକଙ୍କୁ ବିଦେଶୀ ରୂପେ ପରିଣତ କରିବାର ଏକ ଯୋଜନା, ଯାହାକୁ ମୁଁ କଦାପି ଗ୍ରହଣ କରିବେ ନାହିଁ। ପଶ୍ଚିମବଙ୍ଗରେ ଆମେ ସିଏଏ କିମ୍ବା ଏନଆରସି କାର୍ଯ୍ୟକାରୀ ହେବାକୁ ଦେବୁ ନାହିଁ । ଏହା କାରଣରୁ ଲୋକେ ଏବେ ଚାପରେ ଅଛନ୍ତି। ”

ଏହି ସମୟରେ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରି କହିଛି ଯେ, ବିଜେପି ୪୦୦ ପାର କରିବ କହୁଛି କିନ୍ତୁ ମୁଁ ତାଙ୍କୁ ଲୋକସଭା ନିର୍ବାଚନରେ ୨୦୦ ପାର କରିବାକୁ ଆହ୍ବାନ ଦେଉଛି । ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ସେ ମହୁଆ ମୈତ୍ରଙ୍କୁ ବହିଷ୍କାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସିଏମ ବାନାର୍ଜୀ କହିଛନ୍ତି ଯେ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ଆମ ସାଂସଦ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି।

 

Comments are closed.