Latest Odisha News

ବିସିସିଆଇ ହଠାତ ସମସ୍ତ ଆଇପିଏଲ ଫ୍ରାଂଚାଇଜଙ୍କୁ ବୈଠକ ପାଇଁ ଡକାଇଲା

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣରେ ୧୩ଟି ମୁକାବିଲା ଖେଳାଯିବା ପରେ ହଠାତ ବିସିସିଆଇ ଟୁର୍ଣ୍ଣାମେଂଟର ସମସ୍ତ ଫ୍ରାଂଚାଇଜଙ୍କୁ ବୈଠକ ପାଇଁ ଡକାଇଛି । ଏପ୍ରିଲ ୧୬ରେ ଏହି ବୈଠକ ଅହମ୍ମଦାବାଦରେ ଆୟୋଜିତ ହେବ । ସେଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଅଛି । ଏହି ବୈଠକରେ ସମସ୍ତ ଟିମ ମାଲିକଙ୍କ ସହିତ ସିଇଓ ଓ ଅପେରଶନାଲ ଟିମକୁ ମଧ୍ୟ ସାମିଲ ହେବା ପାଇଁ କୁହାଯାଇଛି । କଣ ପାଇଁ ଏହି ବୈଠକ ଡକାଯାଇଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ସେକେଟାରୀ ଜୟ ଶାହ ଓ ଆଇପିଏଲ ଚେୟାରମ୍ୟାନ ଅରୁଣ ସିଂ ଧୂମଲ ମଧ୍ୟ ଉପସ୍ଥିତ ରହିବେ ।

କେତେକ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ମେଗା ନିଲାମ ପୂର୍ବରୁ କେତେକ ନିୟମ ନେଇ ଆଲୋଚନା ହୋଇପାରେ । ଗୋଟିଏ ଟିମ କେତୋଟି ଖେଳାଳି ରିଟେନ କରିବ ସେ ନେଇ ଫ୍ରାଂଚାଇଜ ମଧ୍ୟରେ ସହମତି ହେଉ ନ ଥିବାରୁ ଏହା ମୂଖ୍ୟ ପ୍ରସଙ୍ଗ ରହିବ ବୋଲି ଆଶା କରାଯାଉଛି । ଖେଳାଳିଙ୍କ ସ୍ୟାଲେରୀ କ୍ୟାପ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ ।

Comments are closed.