Latest Odisha News

କାହାକୁ ବିଜେପି ଟିକେଟ୍ ?

ଭୁବନେଶ୍ବର: ଚବିଶ ପାଇଁ ବିଜେପି ଯୋଦ୍ଧା । ଅଧିକାଂଶ ବିଧାୟକ ରିପିଟ୍, ନୂଆମୁହଁକୁ ବି ସୁଯୋଗ । ସୁରେଶ ପୂଜାରୀ ଲଢିବେ ବିଧାନସଭା ବାଜି । ବିଜେପି ତାଲିକାରେ ଷ୍ଟାର ସରପ୍ରାଇଜ୍ ଆକାଶଙ୍କୁ କୋରେଇ, ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ଟିକେଟ୍ ।… ୧୧୨ ବିଧାନସଭା ଆସନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ନୂଆ ଓ ପୁରୁଣା ଉଭୟଙ୍କୁ ଟିକେଟ୍ ଦେବା ସହ ବାଲାନ୍ସ ତାଲିକା ଘୋଷଣା କରିଛି ଦଳ ।

ବଡ ନେତାଙ୍କୁ ବିଜେପିର ଭରସା

ଚବିଶ ଯୁଦ୍ଧ ପାଇଁ ବରିଷ୍ଠ ନେତାଙ୍କୁ ଭରସା କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଣି ସମ୍ବଲପୁରରୁ ପ୍ରାର୍ଥୀ କରିଛି ଦଳ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢିବେ ଚବିଶ ସମର । ପ୍ରଦୀପ୍ତ ନାୟକଙ୍କୁ ଭବାନୀପାଟଣାରୁ ଟିକେଟ୍ ମିଳିଛି ତ ପାଟଣାଗଡ ପାରମ୍ପରିକ ଆସନରୁ ଲଢିବେ କେଭି ସିଂହଦେଓ । ମଧ୍ୟପ୍ରଦେଶ ଫର୍ମୁଲାରେ ସୁରେଶ ପୂଜାରୀଙ୍କୁ ଏଥର ବିଧାନସଭା ନିର୍ବାଚନ ଲଢିବେ । ତାଙ୍କୁ ବ୍ରଜରାଜନଗରରୁ ଟିକେଟ୍ ଦେଇଛି ବିଜେପି । ତେବେ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ପୂର୍ବତନ ସାଂସଦ ନୀତେଶ ଗଙ୍ଗଦେବ, ବସନ୍ତ ପଣ୍ଡା ଓ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ନାହିଁ ।

ବିଧାୟକଙ୍କୁ ପୁଣି ଟିକେଟ୍

ଅଧିକାଂଶ ବିଧାୟକଙ୍କୁ ଚବିଶରେ ରିପିଟ୍ କରିଛି ବିଜେପି । ସୁନ୍ଦରଗଡରୁ କୁସୁମ ଟେଟେ ହୁଅନ୍ତୁ କି ତଳସରାର ଭବାନୀ ଶଙ୍କର ଭୋଇ । ୧୯ର ବିଜେତାଙ୍କୁ ପୁଣି ସେନାପତି କରି ମଇଦାନକୁ ଓହ୍ଲାଇଛି ଦଳ । ଦେବଗଡରୁ ସୁବାସ ପାଣିଗ୍ରାହୀ, କେନ୍ଦୁଝରରୁ ମୋହନ ଚରଣ ମାଝୀ, ପୁରୀରୁ ଜୟନ୍ତ ଷଡଙ୍ଗୀ, ଉଦଳାରୁ ଭାସ୍କର ମଢେଇ, ବଡସାହିରୁ ସନାତନ ବିଜୁଳୀ, ବାରିପଦାରୁ ପ୍ରକାଶ ସୋରେନଙ୍କ ଭଳି ଅଧିକାଂଶ ବିଧାୟକଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି । ତେବେ ବ୍ରହ୍ମଗିରିରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଜାଗାରେ ତାଙ୍କ ଝିଆରି ଉପାସନା ମହାପାତ୍ରଙ୍କୁ ଦଳ ଟିକେଟ୍ ଦେଇଛି ।

ଫୋକସରେ ଯୁବ ନେତୃତ୍ୱ

ଭେଟେରାନଙ୍କୁ ଭରସା ତ ଯୁବ ନେତୃତ୍ୱକୁ ବି ପ୍ରାର୍ଥୀ ତାଲିକାରେ ଫୋକସ୍ କରିଛି ବିଜେପି । ଇରାଶିଷ ଆଚାର୍ଯ୍ୟ ହୁଅନ୍ତୁ କି ତେଜେଶ୍ୱର ପରିଡା, ଚବିଶ ମଇଦାନରେ ଯୁବଶକ୍ତିକୁ ଅସ୍ତ୍ର କରିଛି ଦଳ । ଧାମନଗରରୁ ପୁଣି ସୂର୍ଯ୍ୟବଂଶୀ ସୂରଜ ରିପିଟ୍ ହୋଇଛନ୍ତି । ତେଜେଶ୍ୱରଙ୍କୁ ପାଟକୁରା ଟିକେଟ୍ ଦେଇଛି ଦଳ ତ ଇରାଶିଷଙ୍କୁ ଭଟଲି, ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡାରୁ ପ୍ରାର୍ଥୀ କରିଛି । ବ୍ରହ୍ମଗିରିରୁ ଉପାସନାଙ୍କୁ ଓହ୍ଲାଇ ଯୁବ ନେତୃତ୍ୱ ନେଇ ବଡ ସନେ୍ଦଶ ଦେଇଛି ବିଜେପି ।

ଆମଦାନୀ ନେତାଙ୍କୁ ଟିକେଟ୍

ଦଳ ବଦଳ କରିଥିବା ନେତାଙ୍କୁ ଟିକେଟ୍ ଦେଇଛି ବିଜେପି । ଭୁବନେଶ୍ୱର ଉତ୍ତରରୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରାର୍ଥୀ ହୋଇଛନ୍ତି ତ ଜୟଦେବ ଟିକେଟ୍ ପାଇଛନ୍ତି ଅରବିନ୍ଦ ଢାଲି । ଅତାବିରାରୁ କଂଗ୍ରେସ ଛାଡି ବିଜେପିକୁ ଆସିଥିବା ନିହାର ମହାନନ୍ଦଙ୍କୁ ସେନାପତି କରିଛି ଦଳ । ନୟାଗଡରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିାଂ ଓଲିଉଡ ଷ୍ଟାର ଆକାଶ ଦାସନାୟକ ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଟିକେଟ ଦେଇଛି ବିଜେପି । ଆକାଶଙ୍କୁ କୋରେଇ ଓ ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ବିଧାନସଭାରୁ ପ୍ରାର୍ଥୀ କରିଛି ଦଳ ।

Comments are closed.