Latest Odisha News

ହନୁମାନଙ୍କ ଫଟୋ ଲଗାଇ ପୂନର୍ବାର ଚର୍ଚ୍ଚାରେ ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ମହାବୀର ହନୁମାନଙ୍କ ଫଟୋ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି । ଖୁବ କମ ସମୟରେ ଏହି ଫଟୋ ଭାଇରାଲ ହୋଇଯାଇଛି । ଫଲୋର୍ସମାନେ ଏ ନେଇ ୱାର୍ଣ୍ଣରଙ୍କୁ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ତାଙ୍କୁ ଭାରତୀୟ ନାଗରିକତା ମିଳିବ କଥା । ଭାଇଜାଗ ଯିବା ବେଳେ ସେ ଏହି ଫଟୋ ଉଠାଇଥିଲେ । କେକେଆର ବିପକ୍ଷ ମ୍ୟାଚ ପୂର୍ବରୁ ହନୁମାନଙ୍କ ଆଶୀର୍ବାଦ ଆମକୁ ଦରକାର ବୋଲି ସେ କହିଛନ୍ତି । କ୍ରିକେଟ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ୱାର୍ଣ୍ଣର ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମୟରେ ମଧ୍ୟ ସେ ନିଜକୁ ରାମଭକ୍ତ ବୋଲି କହିଥିଲେ ।

ଜଣେ ୟୁଜର୍ସ ମଜାରେ ଲେଖିଛନ୍ତି ତାଙ୍କ ନାମ ପଣ୍ଡିତ ଦେବେନ୍ଦ୍ର ୱାର୍ଣ୍ଣର ହେବା ଉଚିତ । ୱାର୍ଣ୍ଣରଙ୍କୁ ଭାରତୀୟ ସଂସ୍କୃତି, ମନୋରଞ୍ଜନ ଓ ଭକ୍ତିମୟ ପରିବେଶ ସର୍ବଦା ଭଲ ଲାଗିଥାଏ । ଚାମ୍ପିୟନ ଚେନ୍ନାଇ ବିପକ୍ଷରେ ଦିଲ୍ଲୀ ବିଜୟ ହାସଲ କରିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି । ଏହି ଧାରା ବଜାୟ ରଖିବା ଲକ୍ଷ୍ୟରେ ଦିଲ୍ଲୀ ରହିଛି ।

Comments are closed.