Latest Odisha News

କଂଗ୍ରେସ ଛାଡିବାର କିଛି ସମୟ ପରେ ବିଜେପିରେ ସାମିଲ ହେଲେ ଗୌରବ

ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ଗୌରବ ବଲ୍ଲଭ । କଂଗ୍ରେସ ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି ବଲ୍ଲଭ। ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଥିଲା । ଏହାର କିଛି ସମୟ ପରେ ବିଜେପି ସାଧାରଣ ସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଗୌରବ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଦଳରେ ରହିବା କଷ୍ଟସାଧ୍ୟ କହି ଦଳରୁ ଇସ୍ତଫା ଦେଇଥିଲେ ଗୌରବ । ଗୌରବ ବଲ୍ଲଭ ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ନିଜ ଇସ୍ତଫା ପତ୍ରର ଏକ ଫଟୋ ସେୟାର କରିଥିଲେ । ସେହି ପୋଷ୍ଟରେ ସେ ଲେଖିଥିଲେ ଯେ, ‘ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ । ଦେଶର ସୃଷ୍ଟିକର୍ତ୍ତାଙ୍କୁ ସକାଳ ଓ ସନ୍ଧ୍ୟାରେ ଅପବ୍ୟବହାର କରିପାରିବି ନାହିଁ। ଏହି କାରଣରୁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି’।

ମଲ୍ଲିକାର୍ଜୁନ ଖଡଗେଙ୍କ କ୍ୟାମ୍ପେନର ଏକ ପ୍ରଭାବଶାଳୀ ନେତା ଥିଲେ ଗୌରବ ବଲ୍ଲଭ। ୨୦୧୯ରେ ଝାଡଖଣ୍ଡର ଜାମସେଦପୁର ଇଷ୍ଟରୁ ନିର୍ବାଚନୀ ଡେବ୍ୟୁ କହିଥିଲେ ବଲ୍ଲଭ। ଏହି ଆସନରୁ ସେ ୧୮,୦୦୦ରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।

Comments are closed.