Latest Odisha News

‘ଆଇପିଏଲ’ ଖେଳିବେ ଓଡିଆ ପୁଅ ପପୁ ରାୟ !

ମୁମ୍ବାଇ: ଆଇପିଏଲ୍‌-୨୦୨୦ରେ ଜଣେ ଓଡ଼ିଆ ପୁଅଙ୍କୁ ଦେଖିବାକୁ ମିଳିପାରେ । ଓଡ଼ିଶାର ବାମ ହାତୀ ସ୍ପିନର ପପୁ ରାୟ ଏଥର ‘ଆଇପିଏଲ’ରେ ଖେଳିବାର ସମ୍ଭାବନା ରହିଛି । ପପୁ ୨୦୧୯ର ଚମ୍ପିଆନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିପାରନ୍ତି ବୋଲି ପପୁ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ପପୁ ଓଡ଼ିଶା ପକ୍ଷରୁ ବର୍ତ୍ତମାନ ରଣଜୀ ଖେଳୁଛନ୍ତି। ଆସନ୍ତା ୨୨ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରାଏଲ ମ୍ୟାଚ୍‌ ଆୟୋଜନ କରିବ। ଏଥିରେ ଭାଗ ନେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପପୁଙ୍କୁ ସୁଯୋଗ ମିଳିଛି ।

ଯଦି ପପୁ ଏଥିରେ ଭଲ ପ୍ରଦର୍ଶନ କରିନ୍ତି, ତେବେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନିଜ ସହ ସାମିଲ କରିବାର ସମ୍ଭାବନା ରହିଥିବା ଜଣାପଡିଛି ।

Comments are closed.