Latest Odisha News

ସାମଗ୍ରୀ ନ କିଣିବାରୁ ୩୭ ପର୍ଯ୍ୟଟକଙ୍କୁ ବନ୍ଧକ ରଖିଲା ଦୋକାନୀ

ବେଜିଂ: ଚୀନରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ପର୍ଯ୍ୟଟକଙ୍କୁ ଚିନ୍ତାରେ ପକାଇ ଦେଇଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟଟକମାନେ ଲିୟାୟୋନିଂରୁ ୟୁନ୍ନାନକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିଲେ । ସେଠାରେ ସେମାନେ ଏକ ମ୍ୟାଟ୍ରେସ ଦୋକାନରେ ଗଦି ଦେଖିଥିଲେ । ସେମାନଙ୍କ ପସନ୍ଦ ନ ହେବାରୁ ଏହାକୁ କିଣି ନ ଥିଲେ । ଦେକାନୀ କିନ୍ତୁ ତାଙ୍କୁ ରୋକିବା ସହ ଜୋର ଜବରଦସ୍ତ କିଣିବା ପାଇଁ ବାଧ୍ୟ କରାଇଥିଲା । ଏପରିକି ଗାର୍ଡସମାନେ ସେମାନଙ୍କୁ ଘେରି କରି ରହିଥିଲେ । ଜଣେ ପର୍ଯ୍ୟଟକ ଏହାର ଭିଡିଓ ପ୍ରସ୍ତୁତ କରିଥିଲା । ଯାହା କି ଏବେ ଭାଇରାଲ ହେବାରେ ଲାଗିଛି ।

କେତେ ସମୟ ଅଟକ ରଖିବା ପରେ ଦୋକାନୀ ପର୍ଯ୍ୟଟକଙ୍କୁ ଛାଡିଲା ତାହା ସ୍ପଷ୍ଟ ହୋଇନି । ଏହି ଘଟଣାକୁ ଟୁରିଷ୍ଟ ଟ୍ର‌୍ୟାପ କୁହାଯାଏ । ଦଲାଲଙ୍କ ସହାୟତାରେ ପର୍ଯ୍ୟଟକଙ୍କୁ ଜୋର ଜବରଦସ୍ତ ସାମଗ୍ରୀ କିଣିବାକୁ ବାଧ୍ୟ କରାଯାଇଥାଏ । ଏଥିରୁ ସେମାନେ ମୋଟା ଆକାରର କମିଶନ ପାଇଥାନ୍ତି । ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ପ୍ରଶାସକ ଦୋକାନକୁ ବନ୍ଦ କରି ଦେଇଛି ।

Comments are closed.