ବରଗଡ଼: ଆଜିଠାରୁ ଆରମ୍ଭ ହୋଇଯାଇଛି ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଅନ୍ୟପଟେ ଆଜି ନାମାଙ୍କନପତ୍ର ଦାଖଲ ମଧ୍ୟ କରୁଛନ୍ତି ହେବିୱେଟ ନେତା। ଏହାରି ଭିତରେ ରାଜ୍ୟରେ ଚାଲିଛି ଦଳ ଡିଆଁ ପର୍ବ। ଆଜି ବରଗଡ଼ ଜିଲ୍ଲା ସୋହେଲା ଠାରେ ୫ ହଜାରରୁ ଅଧିକ ବିଜେପି ଓ କଂଗ୍ରେସ ଦଳର ସକ୍ରିୟ କର୍ମୀ, ନେତା ବିଜେଡିରେ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି।
ବିଜେଡି଼ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ବିଧାୟକ ପ୍ରାର୍ଥୀ ଶୁଶାନ୍ତ ସିଂ ଓ ଲୋକସଭା ପ୍ରାର୍ଥୀନୀ ପରିନିତା ମିଶ୍ର ଦୃଢ଼ ନେତୃତ୍ଵରେ ବିଶ୍ବାସ କରି ଅଜି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିରେ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି। ଏହାସହ ଶଙ୍ଖ ବାଜିବ ଘରେ ଘରେ ନବୀନ ବାବୁ ଆଉଥରେ ବୋଲି ନାରା ମଧ୍ୟ ଦେଇଛନ୍ତି। ତେବେ ଡବଲ ଶଙ୍ଖ ନାରାରେ ମଞ୍ଚ କମ୍ପି ଉଠିଥିବା ବେଳେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଦୃଢ଼ ସଂକଳ୍ପ ନିଆଯାଇଛି।
Comments are closed.