Latest Odisha News

BREAKING NEWS

ବିଜେପୁରରେ ଶେଷ ହେଲା ମତଦାନ; ୨୪ରେ ଘୋଷିତ ହେବ ଫଳାଫଳ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଶେଷ ହୋଇଛି । ସନ୍ଧ୍ୟା ୫ ଟା ସୁଦ୍ଧା ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆଜି ମତଦାନ ଶେଷ ହେବା ପରେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଓ ଅନ୍ୟ ସାମଗ୍ରୀ ଦାଖଲ କରିବେ। ନିର୍ବାଚନ ଫଳାଫଳ ଆସନ୍ତା ଅକ୍ଟୋବର ୨୪ରେ ପ୍ରକାଶ ପାଇବା ନେଇ ସୂଚନା ରହିଛି।

ଭୋଟ ଗଣତି ଅକ୍ଟୋବର ୨୪ରେ ପଦ୍ମପୁରସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ପୂର୍ବାହ୍ଣ ୮ଟାରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ, ପ୍ରାୟ ୨ ବର୍ଷ ମଧ୍ୟରେ ବିଜେପୁରରେ ୩ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସକାଳ ୭ ଟାରୁ ୨୮୫ଟି ବୁଥ ନିକଟରେ ଭୋଟ୍ ଦେବା ପାଇଁ ମତଦାତା ମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.