Latest Odisha News

BREAKING NEWS

ବୌଦ୍ଧରେ ଆଜି ଶିଖର ଛୁଇଁଛି ତାତି,୪୫.୨ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି

ଭୁବନେଶ୍ବର: ବୌଦ୍ଧ ପାଲଟିଛି ତତଲା ତାଓ୍ବା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲ ବଲ ହେଉଛି ସାରା ରାଜ୍ଯ । ବୌଦ୍ଧରେ ଆଜି ଶିଖର ଛୁଇଁଛି ତାତି । ବାରିପଦା ଏବଂ ବୌଦ୍ଧରେ ୪୫.୨ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ୪୪.୩ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା ବୌଦ୍ଧ।

ଆଜି ଦିନ ସାଢେ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩ .୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଅସହ୍ୟ ତାତିରେ ସନ୍ତୁଳି ହେଉଛି ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ହୀରାକୁଦ, ଚାନ୍ଦବାଲିରେ, ଭୁବନେଶ୍ୱର ଓ ବାଲେଶ୍ୱର । କାଲିଠାରୁ ପଶ୍ଚିମା-ଝଡ ପାଇଁ କାଳବୈଶାଖୀ ପ୍ରଭାବରେ ୨ରୁ ୩ଡିଗ୍ରୀ କମିପାରେ ଦିନ ତାପମାତ୍ରା । ଫଳରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.